ହାଇଦ୍ରାବାଦ: ଦେଶର ଅଗ୍ରଣୀ ହସ୍ପିଟାଲ୍ ରେନ୍ବୋ ଚିଲ୍ଡ୍ରେନ୍ସ ହାର୍ଟ ଇନଷ୍ଟିଚ୍ୟୁଟ୍ର ଡାକ୍ତର ନାଗେଶ୍ବର ରାଓ କୋନେଟି ଓ ଡକ୍ଟର ଶ୍ବେତା ବଖ୍ରୁ ଓ ତାଙ୍କ ଟିମ୍ ମିଆଁମାର ପ୍ରଧାନମନ୍ତ୍ରୀଙ୍କ ନାତିର ହୃଦରୋଗର ଚିକିତ୍ସା କରିଛନ୍ତି। ସେମାନେ ରେଙ୍ଗୁନ ସହରରେ ପହଞ୍ଚି ଏହି ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ହୃତପିଣ୍ଡକୁ ନେଇ ସମସ୍ୟାରେ ଥିବା ଏହି ୮ ମାସର ଶିଶୁ ଦେହରେ ‘ଟ୍ରାନ୍ସକ୍ୟାଥେଟର ଡିଭାଇସ୍ କ୍ଲୋଜର’ ପଦ୍ଧତିକୁ ବ୍ୟବହାର କରି ଚିକିତ୍ସା କରାଯାଇଥିଲା। ଏଥି ସହିତ ଅନ୍ୟ ୧୫ ଜଣ ପିଲାଙ୍କର ମଧ୍ୟ ସମାନ ଧରଣର ଚିକିତ୍ସା କରାଯାଇଥିଲା। ମିଆଁମାରରେ ଏଭଳି ହୃତପିଣ୍ଡ ଜନିତ ସମସ୍ୟା ସାମ୍ନା କରୁଥିବା ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ୍ ସହିତ ସହଭାଗିତା ସ୍ଥାପନ କରିବାକୁ ସେଠାକାର ପ୍ରଧାନମନ୍ତ୍ରୀଙ୍କ ପୁଅ ପ୍ରସ୍ତାବ ଦେଇଛନ୍ତି।
ମିଆଁମାର ପ୍ରଧାନମନ୍ତ୍ରୀଙ୍କୁ ‘ରେନ୍ବୋ ଚିଲ୍ଡ୍ରେନ୍ସ ହାର୍ଟ ଇନଷ୍ଟିଚ୍ୟୁଟ୍’ର ଚିକିତ୍ସା ସେବା
/sambad/media/post_attachments/wp-content/uploads/2022/01/65sf4h654fhs56hfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)