ନୂଆଦିଲ୍ଲୀ: ଫ୍ୟୁଚର ଗ୍ରୁପର ରିଟେଲ ଶାଖାକୁ ୨୪୭୧୩ କୋଟି ଟଙ୍କାରେ କିଣିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଯେଉଁ ରାଜିନାମା କରିଥିଲା ତାହାକୁ ଧକ୍କା ଲାଗିଛି। ଫ୍ୟୁଚର ଗ୍ରୁପ୍କୁ ଋଣ ପ୍ରଦାନ କରିଥିବା ବିଭିନ୍ନ ବ୍ୟାଙ୍କ ଏବଂ ଅଂଶଧାରୀମାନେ ଉକ୍ତ ପ୍ରସ୍ତାବ ବିରୋଧରେ ଭୋଟ ଦେଇଛନ୍ତି। ତେଣୁ ଫ୍ୟୁଚର ଗ୍ରୁପ୍ ଏ କ୍ଷେତ୍ରରେ ଆଗକୁ ବଢ଼ିପାରିବ ନାହିଁ। ରେଗୁଲେଟୋରି ଫାଇଲିଂ ଜରିଆରେ ରିଲାଏନ୍ସ ଏହି ସୂଚନା ଦେଇଛି। ଫ୍ୟୁଚର ଗ୍ରୁପର ୩ଟି ପ୍ରମୁଖ କମ୍ପାନି ଫ୍ୟୁଚର ରିଟେଲ, ଫ୍ୟୁଚର ଲାଇଫଷ୍ଟାଇଲ ଏବଂ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ସହ ହୋଇଥିବା ପୁନର୍ଗଠନ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫ୍ୟୁଚର ଗ୍ରୁପର ରିଟେଲ ଶାଖାକୁ ରିଲାଏନ୍ସ ରିଟେଲକୁ ବିକ୍ରି କରିବାକୁ ପ୍ରଥମେ ବିରୋଧ କରିଥିଲେ। ଏହାପରେ ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରସ୍ତାବକୁ ବିରୋଧ କରିଛନ୍ତି।
ଫ୍ୟୁଚରକୁ ରିଲାଏନ୍ସ କିଣିବା ଆଶା ମଉଳିଲା: ବାଧକ ସାଜିଲେ ବ୍ୟାଙ୍କ, ଅଂଶଧାରୀ
/sambad/media/post_attachments/wp-content/uploads/2020/03/Bigbazar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)