ହେସ୍ଲେ ପଲ୍ସ୍ ଅକ୍ସିମିଟର: ଏହା ୫ ସେକେଣ୍ଡ୍ ମଧ୍ୟରେ ଶରୀରର ଅକ୍ସିଜେନ୍ ସ୍ତର ଏବଂ ପଲସ୍ ରେଟ୍ର ସୂଚନା ପ୍ରଦାନ କରିବ। ଏଥିରେ ଓଏଲ୍ଇଡି ଡିସ୍ପ୍ଲେ ରହିଥିବା ବେଳେ ଏହା ଦୁଇଟି ଏଏଏ ବ୍ୟାଟେରିରେ ଚାଲୁଛି। ଏହାର ଦାମ୍ ହେଉଛି ୪,୭୯୯ ଟଙ୍କା।
ଭାଣ୍ଡେଲେ ପଲ୍ସ୍ ଅକ୍ସିମିଟର: ଏଥିରେ ଏଲ୍ଇଡି ବ୍ୟାକ୍ଲିଟ୍ ଡିସ୍ପ୍ଲେ ରହିଛି। ଏଥିରେ ୮ ସେକେଣ୍ଡ୍ ମଧ୍ୟରେ ଶରୀରର ଅକ୍ସିଜେନ୍ ସ୍ତର ଓ ହୃଦସ୍ପନ୍ଦନର ଗତି (ହାର୍ଟ ରେଟ୍) ମାପିହେବ। ଏହାର ଦାମ୍ ହେଉଛି ୨,୯୯୯ ଟଙ୍କା।
ଡକ୍ଟର ଟ୍ରଷ୍ଟ୍ ସିଗ୍ନେଚର୍ ସିରିଜ୍: କଂପାନିର ଫିଙ୍ଗର ଟିପ୍ ପଲସ୍ ଅକ୍ସିମିଟର ଦାମ୍ ହେଉଛି ୪୦୦୦ ଟଙ୍କା। ଏଥିରେ ଏଲ୍ଇଡି ଡିସ୍ପ୍ଲେ ରହିଛଇ ଯାହା ଅକ୍ସିଜେନ୍ ସ୍ତର ଏବଂ ପଲ୍ସ୍ ରେଟ୍ ମାପିହେବ। ଏହା ଜଳ ନିରୋଧୀ ମଧ୍ୟ। ହେଲ୍ଥସେନ୍ସ ଆକ୍ୟୁ-ବିଟ୍ ଏଫ୍ପି ୯୧୦: ଏହି ଫିଙ୍ଗରଟିପ୍ ପଲସ୍ ଅକ୍ସିମିଟର ଦାମ୍ ହେଉଛି ୨୯୯୯ ଟଙ୍କା। ଏଥିରେ ଓଏଲ୍ଇଡି ଡିସ୍ପ୍ଲେ ରହିଛି। ଏଥିରେ ଅଟୋ ସ୍ଲିପ୍ ମୋଡ୍ ରହିଛି। ବ୍ୟାଟେରି ସଂଚୟ କରିବା ଲାଗି ଏହା ସ୍ବୟଂକ୍ରିୟ ଭାବେ ସ୍ବିଚ୍ ଅଫ୍ ହୋଇଯିବ।
ଆକ୍ୟୁସିଓର ଏଫ୍ଏସ୍୨-୦ସି: ଏହାର ମୂଲ୍ୟ ହେଉଛି ୧୯୯୯ ଟଙ୍କା। ଏଥିରେ ୮ ସେକେଣ୍ଡ୍ ଭିତରେ ଶରୀରର ଅକ୍ସିଜେନ୍ ସ୍ତର, ହାର୍ଟ ରେଟ୍ ଓ ପଲ୍ସ୍ ରେଟ୍ ମାପିହେବ। ଏହା ଦୁଇଟି ଏଏଏ ବ୍ୟାଟେରିରେ ଚାଲିବ।
ଡକ୍ଟର ଭାକୁ: ଡକ୍ଟର ଭାକୁ ଫିଙ୍ଗରପିଟ୍ ପଲ୍ସ୍ ଅକ୍ସିମିଟରର ମୂଲ୍ୟ ହେଉଛି ୨୧୭୦ ଟଙ୍କା। ସେଥିରେ ଚାରି ଦିଗରୁ ଏଲ୍ଇଡି ଡିସ୍ପ୍ଲେ ରହିଛି। ଏହା ଦୁଇଟି ଏଏଏ ବ୍ୟାଟେରିରେ ଚାଲୁଛି ଓ ୬ ସେକେଣ୍ଡ୍ ଭିତରେ ସୂଚନା ପ୍ରଦାନ କରୁଛି।
ମେଡିଟିଭ୍: ମେଡିଟିଭ୍ ଫିଙ୍ଗରଟିପ୍ ପଲସ୍ ଅକ୍ସିମିଟରର ଦାମ୍ ହେଉଛି ୩୧୯୦ ଟଙ୍କା। ଏଥିରେ ଏଲ୍ଇଡି ଡିସ୍ପ୍ଲେ ରହିଥିବା ବେଳେ ଏହା ଜଳ ନିରୋଧୀ ମଧ୍ୟ। ଏହାର ବ୍ୟାଟେରି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ।
ମାଇକ୍ରୋଟେକ୍: ମାଇକ୍ରୋଟେକ୍ ପଲସ୍ ଅକ୍ସିମିଟର୍ର ଦାମ୍ ହେଉଛି ୨୪୯୯ ଟଙ୍କା। ଏଥିରେ ଏଲ୍ଇଡି ଡିସ୍ପ୍ଲେ ଥିବା ବେଳେ ଏହାର ବ୍ରାଇଟ୍ନେସ୍କୁ ପରିବର୍ତ୍ତନ କରାଯାଇପାରିବ। ଏହାର ଯେକୌଣସି ଦିଗରୁ ସୂଚନା ମିଳିପାରିବ।
ଚଏସ୍ମେଡ୍: ଚଏସ୍ମେଡ୍ ଫିଙ୍ଗରଟିପ୍ ପଲସ୍ ଅକ୍ସିମିଟରର ଦାମ୍ ହେଉଛି ୨୮୯୯ ଟଙ୍କା। ଏଥିରେ ଏଲ୍ସିଡି ଡିସ୍ପ୍ଲେ ରହିଛି। ଏହାକୁ ଉଭୟ ଶିଶୁ ଓ ପ୍ରାପ୍ତବୟସ୍କଙ୍କ ଠାରେ ବ୍ୟବହାର କରାଯାଇପାରିବ।
ଓଟିକା: ଏହି କଂପାନିର ଫିଙ୍ଗରଟିପ୍ ପଲ୍ସ୍ ଅକ୍ସିମିଟରରେ ପଲସ୍ ରେଟ୍ ଓ ଅକ୍ସିଜେନ୍ ସ୍ତର ମାପିହେବ। ଏହାର ମୂଲ୍ୟ ହେଉଛି ୨୪୯୯ ଟଙ୍କା। ଏଥିରେ ସ୍ବୟଂକ୍ରିୟ ପାୱାର ଅଫ୍ ମୋଡ୍ ରହିଛି।