ଜଗତସିଂହପୁର: ପାରାଦୀପ ବନ୍ଦର କ୍ରମାଗତ ଷଷ୍ଠବର୍ଷ ପାଇଁ ୧୦୦ ନିୟୁତ ଟନ୍ରୁ ଅଧିକ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି। ୨୦୨୩ ଜାନୁଆରି ୯ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ୧୦୦.୨୨ ନିୟୁତ ଟନ୍ ପଣ୍ୟ କାରବାର କରିଛି। ଗତବର୍ଷ ଫେବ୍ରୁଆରିରେ ୧୮ରେ ପଣ୍ୟ କାରବାର ୧୦୦ ନିୟୁତ ଟପିଥିଲା। ଚଳିତ ଆର୍ଥିକ ବର୍ଷରେ ବନ୍ଦର ୧୨୫ ନିୟୁତ ଟନ୍ ପଣ୍ୟ କାରବାର କରିବା ଦିଗରେ ଅଗ୍ରସର ହେଉଛି। ବନ୍ଦରରେ ବିଭିନ୍ନ ପଦ୍ଧତିରେ ଉନ୍ନତି ଅଣାଯିବା ଦ୍ବାରା ପଣ୍ୟ କାରବାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ପ୍ରକାଶ କରିଛନ୍ତି। ପୂର୍ବ ଆର୍ଥିକବର୍ଷ ତୁଳନାରେ ତାପଜ କୋଇଲା କାରବାରରେ ୫୮.୧୧% ଅଭିବୃଦ୍ଧି ହୋଇଛି ଯାହା ମୋଟ କାରବାରର ସମୁଦାୟ ପଣ୍ୟ କାରବାରର ୩୧.୫୬%।
Advertisment
Sambad is now on WhatsApp
Join and get latest news updates delivered to you via WhatsApp