ନୂଆଦିଲ୍ଲୀ: ପ୍ରତି ମାସରେ କିଛି ନିର୍ଦିଷ୍ଟ ପ୍ରକାର ସେବା ଲାଗି ଗ୍ରାହକଙ୍କ ଖାତାରୁ ଟଙ୍କା କଟିଥାଏ। ସେଥିପାଇଁ ଗ୍ରାହକ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ଦେଇଥାନ୍ତି। ସେହି ଅନୁସାରେ ବ୍ୟାଙ୍କ ଖାତାରୁ ଟଙ୍କା କାଟିନିଏ। ଗ୍ରାହକଙ୍କୁ ଆଉ ପ୍ରତି ପେମେଣ୍ଟ୍କୁ ମନେ ରଖି ପେମେଣ୍ଟ୍ କରିବାକୁ ପଡ଼େ ନାହିଁ। ବିଶେଷ କରି ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଜରିଆରେ ଏହି ରିକରିଂ ପେମେଣ୍ଟ୍ କରାଯାଇଥାଏ। ଅକ୍ଟୋବର ପହିଲାରୁ ଏହି ନିୟମ ବଦଳିଯିବ। ବ୍ୟାଙ୍କକୁ ଗ୍ରାହକମାନେ ଯେଉଁ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ଦେଇଛନ୍ତି ତାହା କାମ କରିବନି। ପେମେଣ୍ଟ୍ ଲାଗି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଭାବେ ୱାନ୍ ଟାଇମ୍ ପାସ୍ୱାର୍ଡ (ଓଟିପି) ଦେବାକୁ ପଡ଼ିବ। ଅକ୍ଟୋବର ୧ରୁ ପେନ୍ସନ୍, ଚେକ୍ ବୁକ୍ ଓ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ ନିୟମ ମଧ୍ୟ ବଦଳିବ। ୮୦ ବର୍ଷରୁ ଅଧିକ ବୟସର ଅବସରପ୍ରାପ୍ତ କର୍ମଚାରୀମାନେ ମୁଖ୍ୟ ଡାକ ଘରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ସେହିପରି, ଆସନ୍ତା ମାସରୁ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆହ୍ଲାବାଦ ବ୍ୟାଙ୍କର ପୁରୁଣା ଚେକ୍ ବୁକ୍ ଓ ଏମ୍ଆଇସିଆର୍ କୋଡ୍ ଅଚଳ ହୋଇଯିବ। ଆସନ୍ତା ମାସରୁ ମ୍ୟୁଚୁଆଲ୍ ଫଣ୍ଡ୍ କଂପାନିରେ କାମ କରୁଥିବା ଜୁନିଅର କର୍ମଚାରୀଙ୍କୁ ନିଜ ମୋଟ୍ ଦରମାର ୧୦% ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ରେ ନିବେଶ କରିବାକୁ ପଡ଼ିବ।
୧ରୁ ବଦଳିବ ରିକରିଂ କାର୍ଡ ପେମେଣ୍ଟ୍ ନିୟମ
/sambad/media/post_attachments/wp-content/uploads/2017/12/debit_credit_card_paymentSwipe-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)