କେଏଲ୍ ବିଶ୍ବବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ବର: କେଏଲ୍ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ସତ୍ୟନଗରଠାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରି କହିଛନ୍ତି, ଦେଶରେ ଏପରି ପ୍ରତିବଦ୍ଧ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦କୋଟି ଟଙ୍କାର ମେଧାବୃତ୍ତି ଘୋଷଣା କରାଯାଇଛି।

କେଏଲ୍ ବିଶ୍ବବିଦ୍ୟାଳୟର ଆଡମିସନ ନିର୍ଦ୍ଦେଶକ ଡ. ଜେ ଶ୍ରୀନିବାସ ରାଓ ମେରିଟ୍ ସ୍କଲାରସିପ୍ ଓ କେଏଲ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା-୨୦୨୨ର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ପାଇଁ ଦେଶ ବିଦେଶରୁ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଚଳିତ ବର୍ଷ ୧୦୦କୋଟି ଟଙ୍କାର ବୃତ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ପିଲାଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର