ଆସାମକୁ ରିଲାଏନ୍ସ ଫାଉଣ୍ଡେସନ ଦେଲା ୨୫ କୋଟି

ଭୁବନେଶ୍ୱର: ଚଳିତ ବନ୍ୟା ପାଇଁ ସହାୟତା ସ୍ବରୂପ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବନ୍ୟା ଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ରିଲାଏନ୍ସ ଫାଉଣ୍ଡେସନ ସହାୟତା ପ୍ରଦାନ କରୁଛି। ମେଡିକାଲ ଶିବିର ଆୟୋଜନ ସହିତ ଜରୁରୀକାଳୀନ ରିଲିଫ କିଟ୍ ବଣ୍ଟନ କରୁଛି। ଏହାବ୍ୟତୀତ ଗୋରୁଗାଈଙ୍କ ପାଇଁ ଚିକିତ୍ସା ଶିବିରମାନ ଆୟୋଜନ କରିଛି। ଜୁନ ୧ରୁ ମେଡିକାଲ କ୍ୟାମ୍ପ ଆରମ୍ଭ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ପରିବାରଗୁଡ଼ିକୁ ରିଲିଫ କିଟ୍‌, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରୁଛି।

ସମ୍ବନ୍ଧିତ ଖବର