ଏଲ୍‌ଆଇସି ଅଧ୍ୟକ୍ଷ ପଦ ଉଚ୍ଛେଦ, ସିଇଓ ନିଯୁକ୍ତ ହେବେ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବା ପୂର୍ବରୁ କଂପାନିର ବରିଷ୍ଠ ପଦପଦବୀରେ ପରିବର୍ତ୍ତନ କରାଯାଇଛି। ଅଧ୍ୟକ୍ଷ ପଦକୁ ଉଚ୍ଛେଦ କରାଯାଇଛି। ଏହା ବଦଳରେ କଂପାନିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ପରିଚାଳନା ନିର୍ଦେଶକ (ଏମ୍‌ଡି) ପଦ ସୃଷ୍ଟି କରାଯିବ ବୋଲି ସରକାର କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ତରଫରୁ ଏଲ୍‌ଆଇସି (କର୍ମଚାରୀ) ପେନ୍‌ସନ୍‌ (ସଂଶୋଧନ) ନିୟମରେ ସଂଶୋଧନ କରି ଅଧ୍ୟକ୍ଷ ପଦକୁ ହଟାଇ ଦିଆଯାଇଛି। ଏଲ୍‌ଆଇସି ନିୟମ, ୧୯୫୬ର ଆଉ କେତେକ ଧାରାରେ ମଧ୍ୟ ସଂଶୋଧନ କରାଯାଇଛି। ଏନେଇ ଜୁଲାଇ ୭ରେ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଏଲ୍‌ଆଇସିରେ କେନ୍ଦ୍ର ସରକାର ସିଇଓ ଓ ଏମ୍‌ଡି ନିଯୁକ୍ତ କରିବେ।

ସମ୍ବନ୍ଧିତ ଖବର