ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ ଉପସ୍ଥାପିତ ହେବ

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ବଜେଟ୍ ଭଳି ଏହି ରିପୋର୍ଟ ମଧ୍ୟ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିବାର କ୍ଷମତା ରଖୁଛି। ଅର୍ଥ ଆୟୋଗ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଓ ସେମାନଙ୍କ ଆବଶ୍ୟକତା ଆକଳନ କରନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ଭିତରେ କିଭଳି ରାଜସ୍ବ ଭାଗବଣ୍ଟା ହେବ ଓ ସ୍ଥାନୀୟ ସ୍ବାୟତ୍ତଶାସନ ସଂସ୍ଥାଗୁଡ଼ିକୁ କିଭଳି ପାଣ୍ଠି ଦିଆଯିବ ତାହାର ଫର୍ମୁଲା ଜଣାଇଥାନ୍ତି। ୨୦୧୭ରେ ଏନ୍‌ କେ ସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯାଇଥିଲା। ଗତବର୍ଷ ଆୟୋଗ ୨୦୨୦-୨୧ର ଅନ୍ତରୀଣ ରିପୋର୍ଟ ଦେଇଥିଲେ। ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ଅଧିକ ପାଣ୍ଠି ଦେବାକୁ ଆୟୋଗ ସୁପାରିସ କରିଥିଲେ।

ସମ୍ବନ୍ଧିତ ଖବର