ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ସବୁଠୁ ଲୋକପ୍ରିୟ କେନ୍ଦ୍ରୀୟ ବ୍ୟାଙ୍କର ମୁକୁଟ ହାସଲ କରିଛି ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ। ବିଶ୍ବର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ଏହା ପଛରେ ପକାଇ ଦେଇଛି। ଟ୍ବିଟରରେ ରିଜର୍ଭ ବ୍ୟାଙ୍କର ଅନୁଗାମୀଙ୍କ ସଂଖ୍ୟା ୭.୪୫ ଲକ୍ଷରୁ ଅଧିକ ରହିଛି। ଚଳିତ ମାସ ୨୦ରେ ଏହା ୧.୩୧ ଲକ୍ଷ ନୂଆ ଅନୁଗାମୀ ହାସଲ କରିଥିଲା। ୨୦୧୯ ମାର୍ଚ୍ଚ ପରେ ଟ୍ବିଟରରେ ରିଜର୍ଭ ବ୍ୟାଙ୍କର ଅନୁଗାମୀଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି। ୨୦୧୨ ଜାନୁଆରିରେ ଏହା ନିଜର ଆକାଉଣ୍ଟ୍ ଖୋଲିଥିଲା। ଟ୍ବିଟର୍ରେ ରିଜର୍ଭ ବ୍ୟାଙ୍କ ଓ ଏହାର ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ଦୁଇଟି ଭିନ୍ନ ଆକାଉଣ୍ଟ୍ ରହିଛି। ଶକ୍ତିକାନ୍ତ ୨୦୧୫ରେ ଟ୍ବିଟର୍ ଆକାଉଣ୍ଟ୍ ଖୋଲିଥିଲେ। ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୧.୧୧ ଲକ୍ଷ। ଟର୍ରେ ସର୍ବାଧିକ ଅନୁଗାମୀ ଥିବା କେନ୍ଦ୍ରୀୟ ବ୍ୟାଙ୍କ ତାଲିକାର ଦ୍ବିତୀୟ ସ୍ତାନରେ ବ୍ୟାଙ୍କ ଅଫ୍ ଇଣ୍ଡୋନେସିଆ ରହିଛି ଯାହାର ଅନୁଗାମୀଙ୍କ ସଂଖ୍ୟା ହେଉଛି ୭.୧୫ ଲକ୍ଷ। ବ୍ୟାଙ୍କ ଅଫ୍ ମେକ୍ସିକୋର ଅନୁଗାମୀଙ୍କ ସଂଖ୍ୟା ୭.୧୧ ଲକ୍ଷ ହୋଇଥିବା ବେଳେ ଏହା ତୃତୀୟ ସ୍ଥାନରେ ରହିଛି।
ରିଜର୍ଭ ବ୍ୟାଙ୍କ ଟ୍ବିଟରରେ ସବୁଠୁ ଲୋକପ୍ରିୟ
/sambad/media/post_attachments/wp-content/uploads/2020/05/dgjhdgjdgj54dgj97dgj987dgj987dj564dg5j64gd65jdgjdjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)