ଭୁବନେଶ୍ବର: ରାଜ୍ୟରେ ମୁଖ୍ୟତଃ ଚାରିଟି କଂପାନି ମୋବାଇଲ୍ ସେବା କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ତାହା ହେଉଛି ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ। ଏହି ଚାରି କଂପାନି ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବରରେ (ଦ୍ବିତୀୟ ତ୍ରୟମାସ) ରାଜ୍ୟରୁ ୧୨୨୨ କୋଟି ଟଙ୍କା ଆୟ କରିଛନ୍ତି। ରିଲାଏନ୍ସ ଜିଓ ସେଥି ମଧ୍ୟରୁ ଅଧାରୁ ଅଧିକ ଟଙ୍କା ଆୟ କରିଛି। ଏହି ତିନି ମାସରେ ଜିଓ ୬୩୩ କୋଟି ଟଙ୍କାର ରାଜସ୍ବ ହାସଲ କରିଥିବା ବେଳେ, ଏୟାରଟେଲ୍ ୪୩୫ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆ ୮୦ କୋଟି ଟଙ୍କା ଓ ବିଏସ୍ଏନ୍ଏଲ୍ ୭୦ କୋଟି ଟଙ୍କା ଆୟ କରିଛନ୍ତି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଜଣାପଡ଼ିଛି। ମୋବାଇଲ୍ ସେବାରୁ କଂପାନିଗୁଡ଼ିକ ଏବେ ରେଣ୍ଟାଲ୍, କଲ୍, ଏସ୍ଏମ୍ଏସ୍, ଡାଟା ଏବଂ ମୂଲ୍ୟ ଯୁକ୍ତ ସେବା ଆଦିରୁ ରାଜସ୍ବ ପାଇଥାନ୍ତି। କଂପାନିଗୁଡ଼ିକ ପ୍ରାୟ ତିନି ଭାଗ ରାଜସ୍ବ ଡାଟା ସେବାରୁ ପାଉଛନ୍ତି। କଲ୍ରୁ ମିଳିଥିବା ରାଜସ୍ବଦ୍ବିତୀୟ ସ୍ଥାନରେ ରହିଛି। ଏସ୍ଏମ୍ଏସରୁ ହେଉଥିବା ଆୟ ବହୁ କମ୍ ରହିଛି। ଅନ୍ୟ ପକ୍ଷରେ, ଓଡ଼ିଶା ଭଳି ରାଜ୍ୟରେ ପ୍ରତି ପୋଷ୍ଟ୍ପେଡ୍ ଗ୍ରାହକ ମାସକୁ ୩୮୦ ମିନିଟ୍ର ଆଉଟ୍ଗୋଇଙ୍ଗ୍ କଲ୍ କରୁଥିବା ବେଳେ ୩୮୫ ମିନିଟ୍ ଇନ୍କମିଂ କଲ୍ରେ ବିତାଉଛନ୍ତି। ଉଭୟ ଇନକମିଂ ଓ ଆଉଟ୍ଗୋଇଙ୍ଗ୍ କଲ୍ରେ ୭୬୫ ମିନିଟ୍ ବିତାଉଛନ୍ତି । ସେହିପରି ପ୍ରତି ପ୍ରିପେଡ୍ ଗ୍ରାହକ ହାରାହାରି ଭାବେ ମାସକୁ ୪୩୫ ମିନିଟ୍ ଆଉଟ୍ଗୋଇଙ୍ଗ୍ କଲ୍ ଓ ୪୬୯ ମିନିଟ୍ ଇନ୍କମିଂ କଲ୍ରେ ବିତାଉଛନ୍ତି। ପ୍ରତି ପ୍ରିିପେଡ୍ ଗ୍ରାହକ ମାସକୁ ୯୦୫ ମିନିଟ୍ କଲ୍ରେ ବିତାଉଥିବା ଜଣାପଡ଼ିଛି।
ରାଜ୍ୟରେ ମୋବାଇଲ୍ କଂପାନିଙ୍କ ଆୟ, ୩ ମାସରେ ୧୨୨୨ କୋଟି
/sambad/media/post_attachments/wp-content/uploads/2020/01/telecommunication-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)