ଭୁବନେଶ୍ବର : ୧୯୯୩ରୁ ଆରମ୍ଭ ହୋଇଥିବା ଏନଆଇପିଏସ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଇତି ମଧ୍ୟରେ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି। ଏହା ନିୟମିତଭାବେ ଭାରତକୁ ବିଶ୍ବ ଆତିଥେୟତା ମାନଚିତ୍ରରେ ଏକ ସମ୍ମାନଜନକ ସ୍ଥାନରେ ରଖିଚାଲିଛି। 

Advertisment

କୋଲକାତା, ଭୁବନେଶ୍ବର, ରାଞ୍ଚି ଓ ସିଲଂ ଆଦି ୪ଟି କ୍ୟାମ୍ପସ ସହ ଏନଆଇପିଏସ ଏବେ ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିପାରିଛି। ବିଭିନ୍ନ ଅଂଚଳ ଓ ପୃଷ୍ଠଭୂମିରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅନୁଷ୍ଠାନ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବା ସହ ପ୍ଲେସମେଣ୍ଟ ପ୍ରଦାନ କରୁଛି ଓ ପୂର୍ବଭାରତର ପ୍ରମୁଖ ସହର ଓ ଆତିଥେୟତା କେନ୍ଦ୍ରଗୁଡ଼ିକରେ ଏହା ନିଜର ପ୍ରଭାବ ରଖିପାରିଛି। ଏନଆଇପିଏସକୁ ଓ୍ବାଲ୍ଡସେଫ (ଓ୍ବାକ୍ସ) ଦ୍ବାରା ବିଶ୍ବର ଶ୍ରେଷ୍ଠ ୧୦୦ଟି ଆତିଥେୟତା ପ୍ରତିଷ୍ଠାନ ମଧ୍ୟରେ ସ୍ଥାନ ଦିଆଯାଇଛି । ସେହିପରି ପୂର୍ବଭାରତର ଏକମାତ୍ର ଆତିଥେୟତା ଅନୁଷ୍ଠାନଭାବେ ଏହାକୁ ନାକ୍ ମାନ୍ୟତା ମିଳିଛି। ପୁଣି ପୂର୍ବଭାରତର ଏକମାତ୍ର ଆତିଥେୟତା ଅନୁଷ୍ଠାନଭାବେ ଏହାକୁ ଭାରତୀୟ କୁଲିନାରୀ ମହାସଂଘ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। 

ଏନଆଇପିଏସର ଏହି ସଫଳତା ପଛରେ ରହିଛି ଏହାର ଅଭିଜ୍ଞ ଅଧ୍ୟାପକମାନଙ୍କ ନିଷ୍ଠା। ମିଳିତଭାବେ ମୋଟ ୧୦୦ଟି ଦେଶରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖୁଥିବା ଅନୁଷ୍ଠାନର ଅଧ୍ୟାପକମାନେ ନିଜ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବର ଶ୍ରେଷ୍ଠ ଖାଦ୍ୟ, ସେବା ଓ ବ୍ୟବସାୟ କୌଶଳର ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ଉନ୍ନତ ଶିକ୍ଷା ଓ ଅଭିଜ୍ଞତାକୁ ଆଧାର କରି ଏନଆଇପିଏସ ନିକଟରେ ସମ୍ମାନଜନକ ଏଆଇସିଟିଇ ଅମୃତ ମହୋତ୍ସବ ସେଫ କମ୍ପିଟିସନରେ ପ୍ରଥମ ପୁରସ୍କାର ଜିତିବା ସହ ୧ ଲକ୍ଷ ଟଙ୍କା ପାଇଥିଲା। 

ଏହି ଅବସରରେ ଏନଆଇପିଏସର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଡ. ବିବେକ ପାଠକ କହିଛନ୍ତି ଯେ ଆମେ ଆତିଥେୟତାକୁ କେବଳ ଏକ ପେସାଭାବେ ନୁହେଁ, ବରଂ ଏକ ଦର୍ଶନ ଭାବେ ଦେଖୁ। ଆମ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଜ୍ଞାନ, ଭାବନାତ୍ମକ ବୁଦ୍ଧିମତା ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷିତ। 

ଅନୁଷ୍ଠାନର ଲକ୍ଷ୍ୟ ସ୍ପଷ୍ଟ- କେବଳ ଶିକ୍ଷା ଦେବା ନୁହେଁ, ବରଂ ସଶକ୍ତ କରିବା। ଅନୁଷ୍ଠାନର ଉଦ୍ଦେଶ୍ୟ ହେଉଛି ଅତିଥେୟତା ଶିଳ୍ପର ଧାରା ବଦଳାଇପାରୁଥିବା ପେସାଦାର ଗଠନ। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ସହଯୋଗିତା, ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ନବସୃଜନ ଏବଂ ଆତିଥେୟତା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ କରିବାକୁ ଅନୁଷ୍ଠାନ ଲକ୍ଷ୍ୟ ରଖିଛି। 

ଅନୁଷ୍ଠାନର କ୍ୟାମ୍ପସରେ ଛାତ୍ରଛାତ୍ରୀମାନଙ୍କ ତାଲିମ ପାଇଁ ଲାଇଭ ରେସ୍ତୋରାଁ ସିମୁଲେସନ, ଥିମଡ୍ ବାକ୍ବେଂଟ ଓ କଲଚରାଲ କୁଜିନ ଶୋକେସର ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀମାନଙ୍କୁ କେବଳ ଖାଦ୍ୟ ପ୍ରସ୍ତୁତି ନୁହେଁ, ଲିଡରସିପ, ବିଜନେସ ଡିଜାଇନ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ଯୋଗାଯୋଗ ଦକ୍ଷତାର ତାଲିମ ଦିଆଯାଏ। ଏସବୁ ଉନ୍ନତ ତାଲିମର ପ୍ରଭାବ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ କ୍ଷେତ୍ରରେ ଦୃଶ୍ୟମାନ ହୋଇଥାଏ। ସେମାନେ ଏବେ ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ପଞ୍ଚତାରକା ହୋଟେଲ ଓ ଲକଜୁରୀ ରିଜର୍ଟରେ ଏକଜକ୍ୟୁଟିଭ ସେଫ, ଅପରେସନ ଡାଇରେକ୍ଟର ପରି ସମ୍ମାନଜନକ ପଦବିରେ ଅଛନ୍ତି। ଅନୁଷ୍ଠାନର ଜଣାଶୁଣା ଆଲୁମିନିଙ୍କ ମଧ୍ୟରେ ଅଛନ୍ତି ସେଫ ପ୍ରିୟମ ଚାଟାର୍ଜି ଯିଏକି ପ୍ରଥମ ଭାରତୀୟ ଭାବେ ଫ୍ରାନ୍ସର ସମ୍ମାନଜନକ ‘ସେଭାଲିଏ ଦେ ଲ’ଓର୍ଦ୍ରେ ଦୁ ମେରିଟ୍ ଆଗ୍ରିକୋଲ୍’ ପୁରସ୍କାର ଜିତିଥିଲେ। ସେହିପରି ଶୁଭଙ୍କର ବୋଷ ମାରିଅଟ ଇଣ୍ଟରନ୍ୟାସନାଲ ଇଣ୍ଡିଆର ମହାପ୍ରବନ୍ଧକ ଅଛନ୍ତି। ସଲୋନି ସ’ ଏମିରେଟ୍ସ ଏୟାରଲାଇନ୍ସର ଖାଦ୍ୟ ଉତ୍ପାଦନ ମୁଖ୍ୟ ଅଛନ୍ତି। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସଫଳତାର ତାଲିକା ବେଶ ଲମ୍ବା ଯାହାକି ଏହାର ଅନ୍ତର୍ଜାତୀୟ ସୁନାମକୁ ଦର୍ଶାଉଛି।

ଭାରତର ସେବା ଉଦ୍ୟୋଗ ଅଭିବୃଦ୍ଧି ହାସଲ କରୁଥିବାବେଳେ ଓ ଆତିଥେୟତା ପେସାଦାରଙ୍କ ଚାହିଦା ବଢୁଥିବାବେଳେ ଏନଆଇପିଏସ ଆକାଂକ୍ଷା ଏବଂ ସଫଳତା ମଧ୍ୟରେ ଏକ ପ୍ରବେଶ ଦ୍ୱାର ଭାବରେ ଠିଆ ହୋଇଛି।