ବିମାନ ସେବା କମ୍ପାନିଙ୍କ ପାଇଁ ନିୟମ କୋହଳ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ପାଇଁ ଲାଗୁ ହୋଇଥିବା କଟକଣାକୁ କେନ୍ଦ୍ର ସରକାର ଆଉ ଟିକେ କୋହଳ କରିଛନ୍ତି। ପୂର୍ବରୁ ଡୋମେଷ୍ଟିକ୍ ଫ୍ଲାଇଟ୍‌ରେ କମ୍ପାନିଗୁଡ଼ିକ ୭୨.୫ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିପାରୁ ଥିବାବେଳେ ଏହାକୁ ୮୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ‌ଫେୟାର ବ୍ୟାଣ୍ଡ୍‌ର ସମୟ ସୀମା ୧ ମାସ ପରିବର୍ତ୍ତେ ୧୫ ଦିନକୁ କମାଇ ଦିଆଯାଇଛି। ଫେୟାର ବ୍ୟାଣ୍ଡ୍ ନିୟମରେ ପରିବର୍ତ୍ତନ ଦ୍ବାରା ବିମାନ ଭଡ଼ା ବୃଦ୍ଧିର ଆଶଙ୍କା ଦେଖାଦେଇଛି। ୧୫ ଦିନ ଆଗୁଆ ବିମାନ ଟିକଟ ବୁକ୍ କରିଲେ ଯାତ୍ରୀମାନେ ସରକାରଙ୍କ ‌ସର୍ବନିମ୍ନ ଏବଂ ସର୍ବାଧିକ ଭଡ଼ା ନିର୍ଦ୍ଧାରଣର ସୁବିଧା ପାଇବେ। ଏହାଠାରୁ ଅଧିକ ଦିନ ହେଲେ ଏୟାରଲାଇନ୍ସଗୁଡ଼ିକ ସେମାନଙ୍କ ନିଜସ୍ବ ଭଡ଼ା ଲାଗୁ କରିବେ।

ସମ୍ବନ୍ଧିତ ଖବର