ଡଲାର ତୁଳନାରେ ଦୁର୍ବଳ ହେଲା ଟଙ୍କା: ଏକ ଡଲାର ଦାମ୍ ୮୩ ଟଙ୍କା ୫୭ ପଇସା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସମେତ ଏସିଆର ବିଭିନ୍ନ ଦେଶର ମୁଦ୍ରା ପ୍ରଦର୍ଶନ ଖରାପ ରହିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଏହାର ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ମଙ୍ଗଳବାର ଏକ ଡଲାର ଦାମ୍ ୮୩ ଟଙ୍କା ୫୭ ପଇସା ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ପରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ହୋଇଥିଲା। ବଜାର ବିଶେଷଜ୍ଞମାନଙ୍କ ମତରେ ଏସିଆର ଅନ୍ୟ ମୁଦ୍ରାଗୁଡ଼ିକ ଡଲାର ତୁଳନାରେ ଦୁର୍ବଳ ହେବାରୁ ତାହାର ପ୍ରଭାବରେ ଟଙ୍କା ଆହୁରି ଦୁର୍ବଳ ହୋଇଛି।

ମାତ୍ର ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ପରେ ଭାରତୀୟ ମୁଦ୍ରା ସବଳ ହେବାରେ ଲାଗିଛି। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩ ଟଙ୍କା ୫୦ ପଇସା ଥିଲା। ଏବେ ‌ସମସ୍ତଙ୍କ ନଜର ଆମେରିକାର ଫେଡେରାଲ୍‌ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ରହିଛି। ଏହା ସୁଧ ଅପରିବର୍ତ୍ତିତ ରଖିବାର ସମ୍ଭାବନା ରହିଛି। ତେବେ ଆଗାମୀ ଦିନରେ ‌ଫେଡେରାଲ୍ ରିଜର୍ଭ କ’ଣ ପଦକ୍ଷେପ ନେବାକୁ ଯାଉଛି ସେ ବିଷୟରେ ଏହାର ମୁଖ୍ୟ ଜେରୋମି ପାୱେଲ୍‌ ଯାହା ଇଙ୍ଗିତ କରିବେ ତାହା ହିଁ ଡଲାରର ଆଗାମୀ ଯାତ୍ରା ପଥ ନିର୍ଧାରଣ କରିବ। ଏହା ବ୍ୟତୀତ ଆମେରିକାର ମୁଦ୍ରାସ୍ଫୀତି ତଥ୍ୟ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି।

ସମ୍ବନ୍ଧିତ ଖବର