ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ ମୁଖ୍ୟ

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ। ଏହି ଅବସରରେ ଉଭୟଙ୍କ ମଧ୍ୟରେ ସେଲ୍‌ର ବିଭିନ୍ନ ପ୍ରକାର ଅଭିଯାନ ବିଷୟରେ ଆଲୋଚନା ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାରେ ଅଧିକରୁ ଅଧିକ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଲ୍‌କୁ ଆହ୍ବାନ ଦେଇଛନ୍ତି। ‌ଓଡ଼ିଶାରେ ସେଲ୍‌କୁ ଦରକାର ହେଉଥିବା ସବୁ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମଧ୍ୟ କଂପାନିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶ‌ାରେ ସେଲ୍‌ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଉପରେ ଶ୍ରୀମତୀ ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର