ସେନସେକ୍ସ ୭୪୮ ପଏଣ୍ଟ୍‌ ବଢ଼ିଲା

ମୁମ୍ବାଇ: ଷ୍ଟକ୍‌ ବଜାରର ନିବେଶକଙ୍କ ମଧ୍ୟରେ ଆଜି ଜୋରଦାର୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ୪ ଦିନ ହେଲା ନିମ୍ନମୁଖୀ ହୋଇ ଆସୁଥିବା ସେନସେକ୍ସରେ ଆଜି ୭୪୮ ପଏଣ୍ଟର ଏକ ବୃହତ୍ ବୃଦ୍ଧି ଘଟି ୩୭,୬୮୮ ପଏଣ୍ଟରେ ବନ୍ଦ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଚଡିଏଫ୍‌ସି ଭଳି ବ୍ୟାଙ୍କର ସେୟାର ମୂଲ୍ୟରେ ଅଧିକ ବୃଦ୍ଧି ଘଟିବା ପରେ ଏହା ହୋଇପାରିଛି। ପୁଞ୍ଜି ବଜାର ଉପରକୁ ଉଠିଥିବାରୁ ଆଜି ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ୨.୦୮ ଲକ୍ଷ କୋଟି ଟଙ୍କା ବଢ଼ିଛି।

ସମ୍ବନ୍ଧିତ ଖବର