ମୁମ୍ବାଇ: ବର୍ଦ୍ଧିତ ମୁଦ୍ରାସ୍ଫୀତିର ମୁକାବିଲା କରିବା ଲାଗି ଆମେରିକାର ଫେଡେରାଲ୍ ରିଜର୍ଭ ସୁଧରେ ୦.୭୫% ବୃଦ୍ଧି କରିବା ପରେ ସାରା ଦୁନିଆର ଷ୍ଟକ ବଜାର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍ସେକ୍ସ ଆଜି ୧,୦୪୫ ପଏଣ୍ଟ୍ ହ୍ରାସ ପାଇ ୫୧,୪୯୫ ପଏଣ୍ଟ୍ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ମଧ୍ୟ ୩୩୧ ପଏଣ୍ଟ୍ ହ୍ରାସ ପାଇ ୧୫,୩୬୦ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ପାଞ୍ଚଟି କାରବାର ଦିନରେ ସେନ୍ସେକ୍ସରେ ୩,୮୨୪ ପଏଣ୍ଟ୍ ହ୍ରାସ ହୋଇଛି। ତାହାର ପ୍ରଭାବରେ ଷ୍ଟକ ବଜାରରେ ନିବେଶକମାନେ ୧୫.୭୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଆଜି ବମ୍ବେ ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟା ଷ୍ଟିଲ୍, ଟେକ୍ ମହିନ୍ଦ୍ରା, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ୱିପ୍ରୋ, ଭାରତୀ ଏୟାରଟେଲ୍, ବଜାଜ ଫାଇନାନ୍ସ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଏନ୍ଟିପିସିର ସେୟାର ମୂଲ୍ୟ ହ୍ରାସ ପାଇଛି। କେବଳ ନେସ୍ଲେ ଇଣ୍ଡିଆର ସେୟାର ମୂଲ୍ୟ ବଢ଼ିଛି। ଗତକାଲି ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ପରେ ଷ୍ଟକ ବଜାର କାରବାର ଅସ୍ଥିର ରହିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଅନ୍ୟ ପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ମଧ୍ୟ ଷ୍ଟକ ବଜାର କାରବାରକୁ ପ୍ରଭାବିତ କରିଛି।
ସେନ୍ସେକ୍ସରେ ୧,୦୪୫ ପଏଣ୍ଟ୍ ହ୍ରାସ: ୫ ଦିନରେ ନିବେଶକ ହରାଇଲେ ୧୫ ଲକ୍ଷ କୋଟି
/sambad/media/post_attachments/wp-content/uploads/2021/06/Sensex-960x540-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)