୫ ଦିନରେ ସେନ୍‌ସେକ୍ସ ୨୩୦୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ଗତ ପାଞ୍ଚ ଦିନ ହେଲା ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସ କ୍ରମାଗତ ଭାବେ ହ୍ରାସ ପାଉଛି। ଏହି ପାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସ ୨୩୦୦ ପଏଣ୍ଟ୍‌ ହ୍ରାସ ପାଇଛି। ଆଜି ଏହା ୫୮୫ ପଏଣ୍ଟ୍‌ ହ୍ରାସ ପାଇ ୪୯,୨୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଖବର ଏବଂ ଆମେରିକାର ଫେଡେରାଲ୍‌ ରିଜର୍ଭ ସୁଧ ଅପରିବର୍ତ୍ତିତ ରଖିବା ଲାଗି ନେଇଥିବା ନିଷ୍ପତ୍ତି ପାଇଁ ସେନ୍‌ସେକ୍ସ ହ୍ରାସ ପାଉଛି। ନିବେଶକମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଛନ୍ତି।

ସମ୍ବନ୍ଧିତ ଖବର