ମୁମ୍ବାଇ: ଆମେରିକା ପୁଣି ଥରେ ସୁଧ ବଢ଼ାଇବା ବିଷୟରେ ବିଚାର କରୁଥିବା ଖବର ପ୍ରଚାର ହେବା ପରେ ଭାରତୀୟ ଷ୍ଟକ ବଜାର ସମ୍ପୂର୍ଣ୍ଣ ଦୋହଲିଯାଇଥିଲା। ଭୟରେ ନିବେଶକମାନେ ବିଭିନ୍ନ କଂପାନିର ସେୟାର ବିକ୍ରି କରିଥିଲେ। ଏହାର ପ୍ରଭାବରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ୧,୪୫୭ ପଏଣ୍ଟ୍ ହ୍ରାସ ପାଇ ୫୨,୮୪୬ ପଏଣ୍ଟ୍ରେ ବନ୍ଦ ହୋଇଛି। ସେୟାର ମୂଲ୍ୟରେ ହୋଇଥିବା ହ୍ରାସ ଯୋଗୁଁ ଷ୍ଟକ ବଜାରର ନିବେଶକମାନେ ଆଜି ଗୋଟିଏ ଦିନରେ ୬.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୪୨୭ ପଏଣ୍ଟ୍ ହ୍ରାସ ପାଇ ୧୫,୭୭୪ ପଏଣ୍ଟ୍ରେ ବନ୍ଦ ହୋଇଛି। ଆଜି ଷ୍ଟକ ବଜାରରେ ବଜାଜ ଫିନ୍ସର୍ଭ, ବଜାଜ ଫାଇନାନ୍ସ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।
ସେନ୍ସେକ୍ସରେ ୧,୪୫୭ ପଏଣ୍ଟ୍ ହ୍ରାସ
/sambad/media/post_attachments/wp-content/uploads/2021/06/Sensex-960x540-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)