ସେନ୍‌ସେକ୍ସରେ ୧,୦୪୭ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବଢ଼ାଇବା ସତ୍ତ୍ବେ ନିବେଶକମାନେ ଅଧିକ ସେୟାର୍‌ କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ସେନ୍‌ସେକ୍ସ ଆଜି ୧,୦୪୭ ପଏଣ୍ଟ୍‌ ବୃଦ୍ଧି ପାଇ ୫୭,୮୬୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସୂଚକାଙ୍କ ନିଫ୍‌ଟି ମଧ୍ୟ ୩୧୨ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୨୮୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଦୁଇ ଦିନରେ ସେନ୍‌ସେକ୍ସରେ ପାଖାପାଖି ଦୁଇ ହଜାର ପଏଣ୍ଟର ବୃଦ୍ଧି ହୋଇଥିବା ବେଳେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୯ ଲକ୍ଷ ଟଙ୍କାର ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର