ସେନ୍‌ସେକ୍ସ ୫୭,୦୦୦ ପଏଣ୍ଟ୍ ଟପିଲା

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ନୂତନ ମାଇଲଖୁଣ୍ଟ ହାସଲ କରିଛି। ପ୍ରଥମ ଥର ଲାଗି ‌ଏହା ୫୭ ହଜାର ପଏଣ୍ଟ୍‌ରୁ ଉପରେ ବନ୍ଦ ହୋଇଛି। ଆଜି ସେନ୍‌ସେକ୍ସ ୬୬୩ ପଏଣ୍ଟ୍‌ ବୃଦ୍ଧି ସହ ୫୭,୫୫୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୧୯୯ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୧୩୦ ପଏଣ୍ଟ୍‌‌ରେ ବନ୍ଦ ହୋଇଛି। ପ୍ରଥମ ଥର ଲାଗି ନିଫ୍ଟି ୧୭ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଛି। ୨୦୨୦ ମାର୍ଚ୍ଚ ପରେ ସେନ୍‌ସେକ୍ସରେ ୩୧ ହଜାର ପଏଣ୍ଟ୍‌ର ବୃଦ୍ଧି ହୋଇଛି। ୧୯୮୬ରେ ସେନ୍‌ସେକ୍ସ ଏହାର ଯାତ୍ରା ଆରମ୍ଭ କରିବା ପରେ ପ୍ରଥମ ୩୧ ହଜାର ପଏଣ୍ଟ୍‌ରେ ପହଞ୍ଚିବା ଲାଗି ୩୧ ବର୍ଷ ସମୟ ନେଇଥିଲା।

ସମ୍ବନ୍ଧିତ ଖବର