କାରଖାନାରେ ସ୍ଥିତି ସୁଧୁରୁନି: ଜୁନ୍‌ରେ କାରଖାନା ଉତ୍ପାଦନ ୧୬.୬% କମିଗଲା

ଜୁଲାଇରେ କାର୍‌ ଉତ୍ପାଦନ ୨୬% ହ୍ରାସ

ନୂଆଦିଲ୍ଲୀ: ଗ୍ରାହକଙ୍କ ଚାହିଦା କମ୍ ରହିବା କାରଣରୁ ଗତ ଜୁଲାଇରେ ଦେଶରେ କମ୍ ପରିମାଣର ଗାଡ଼ି ଉତ୍ପାଦନ ହୋଇଛି। ପ୍ରାୟ ସବୁ ପ୍ରକାର ଗାଡ଼ିକର ଉତ୍ପାଦନ ହ୍ରାସ ପାଇଛି। ଗାଡ଼ି ଭାରତୀୟ ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକର ସଂଘ ସିଆମ୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ଜୁଲାଇରେ କାର୍ ଉତ୍ପାଦନ ୨୬ ପ୍ରତିଶତ ହ୍ରାସ ପାଇଛି। ଦୁଇଚକିଆ, ତିନି ଚକିଆ, ବାଣିଜ୍ୟିକ ଯାନର ବିକ୍ରି ଓ ରପ୍ତାନି ମଧ୍ୟ ହ୍ରାସ ପାଇଛି। ସିଆମ୍ ଅନୁଯାୟୀ, ଗତ ଜୁଲାଇରେ ଦେଶରେ ୨ ଲକ୍ଷ ୧୮ ହଜାର ୪୮୬ ଯାତ୍ରୀବାହୀ ଯାନ ବା କାର୍ ଉତ୍ପାଦନ କରାଯାଇଛି। ସେଥି ମଧ୍ୟରୁ ୧,୮୨,୭୭୯ଟି କାର୍ ବିକ୍ରି କରାଯାଇଛି। ଗତବର୍ଷ ଜୁଲାଇ ତୁଳନାରେ କାର୍ ଉତ୍ପାଦନ ଓ ବିକ୍ରିରେ ଯଥାକ୍ରମେ ୨୬ ପ୍ରତିଶତ ଓ ୩.୮ ପ୍ରତିଶତର ହ୍ରାସ ଘଟିଛି। ସେହିପରି ଆଲୋଚ୍ୟ ମାସରେ ଦେଶରେ ୧୪ ଲକ୍ଷ ୬୫ ହଜାର ୫୬୧ଟି ଦୁଇ ଚକିଆ ଯାନ ଉତ୍ପାଦନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୨ ଲକ୍ଷ ୮୧ ହଜାର ୩୫୪ଟି ଦୁଇଚକିୖଆ ଯାନ ବିକ୍ରି ହୋଇଛି। ଦୁଇଚକିଆ ଯାନର ଉତ୍ପାଦନରେ ୨୮ ପ୍ରତିଶତ ଓ ବିକଅିରେ ୧୫ ପ୍ରତିଶତ ହ୍ରାସ ଘଟିଛି। ସେହି ସମୟରେ, ତିନି ଚକିଆ ଯାନ ଉତ୍ପାଦନରେ ୬୫ ପ୍ରତିଶତ ଓ ବିକ୍ରିରେ ୭୭ ପ୍ରତିଶତ ହ୍ରାସ ଘଟିଛି। ଚଳିତ ବର୍ଷ ଜୁଲାଇରେ ଦେଶରେ ୩୩ ହଜାର ୪୬୭ଟି ତିନିଚକିଆ ଯାନ ଉତ୍ପାଦନ କରାଯାଇଥିବା ବେଳେ ୧୨ ହଜାର ୭୨୮ଟି ଗାଡ଼ି ବିକ୍ରି କରାଯାଇଛି। ଗତ ଜୁଲାଇରେ କାର୍ ରପ୍ତାନି ୪୩ ପ୍ରତିଶତ, ତିନି ଚକିଆ ଗାଡ଼ି ୫୧ ପ୍ରତିଶତ ଓ ଦୁଇ ଚକିଆ ଗାଡ଼ି ରପ୍ତାନି ୪୧ ପ୍ରତିଶତ ହ୍ରାସ ପାଇଛି। ଗତକାଲି ଅଟୋମୋବାଇଲ୍ ଡିଲର୍‌ଗୁଡ଼ିକର ସର୍ବଭାରତୀୟ ସଂଘ ଫାଡା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଗତ ଜୁନ୍ ତୁଳନାରେ ଜୁଲାଇରେ କମ୍ ଗାଡ଼ି ବିକ୍ରି ହୋଇଛି।

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ପ୍ରଭାବରୁ ଦେଶରେ କଳ କାରଖାନାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଜୁନରେ ଦେଶର କାରଖାନା ଉତ୍ପାଦନ ୧୬.୬ ପ୍ରତିଶତ ସଙ୍କୁଚିତ ହୋଇଛି। ଯଦିଓ ମେ ମାସ ତୁଳନାରେ ଜୁନ୍‌ ମାସରେ କାରଖାନା ଉତ୍ପାଦନ କମିଛି ତେବେ ଆଶ୍ବାସନାର ବିଷୟ ହେଲା ମେ ତୁଳନାରେ ଜୁନର ହ୍ରାସ ଅପେକ୍ଷାକୃତଭାବେ କମ୍‌ ରହିଛି। ମେ‌ ମାସରେ ଦେଶର ଶିଳ୍ପ ଉତ୍ପାଦନ ସୂଚୀ ୩୪ ପ୍ରତିଶତ କମିଯାଇଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଆଜି ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ତେବେ ଏଠାରେ ଚିନ୍ତାର ବିଷୟ ହେଉଛି ଜୁଲାଇ ମାସରେ ଦେଶର ପୂର୍ବ ଓ ଦକ୍ଷିଣ ଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନକୁ ପ୍ରଶାସନ ଲକଡାଉନ୍ ଓ ସଟଡାଉନ୍ ଆଦି ଜାରି ରଖିଛନ୍ତି। ତେଣୁ ଜୁଲାଇ ମାସରେ ଅର୍ଥନୀତିର ଅନେକ ମାନଦଣ୍ଡର ପ୍ରଦର୍ଶନ ଭଲ ରହିନାହିଁ। ତେଣୁ କାରଖାନା ଉତ୍ପାଦନକୁ ନେଇ ଚିନ୍ତା ବଢ଼ିଲାଣି। ଦେଶରେ ମାର୍ଚ୍ଚ ୨୫ ତାରିଖରୁ ମେ ମାସ ଶେଷ ପର୍ଯ୍ୟନ୍ତ ଲକଡାଉନ୍‌କୁ କଡ଼ାକଡ଼ି ପାଳନ କରାଯାଇଛି। ଏଥିଯୋଗୁ ଏପ୍ରିଲ-ଜୁନ ତ୍ରୟମାସର ଜିଡିପି ଅଭିବୃଦ୍ଧି ୪୫ ପ୍ରତିଶତ ସଙ୍କୁଚିତ ହେବ ବୋଲି ଗୋଲଡମ୍ୟାନ ସାଚ୍ସ ପକ୍ଷରୁ ଆକଳନ କରାଯାଇଛି। ରେଟିଂ ଏଜେନ୍ସି ଇକ୍ରା ଲିମିଟେଡ ପକ୍ଷରୁ ପୂର୍ବରୁ ଭାରତର ୨୦୨୦-୨୧ ଆର୍ଥିକ ବର୍ଷ ସମ୍ପର୍କରେ ଆକଳନ କରାଯାଇଥିଲା। ଏଥିରେ ଭାରତର ଜିଡିପି ୫ ପ୍ରତିଶତ ସଂକୁଚିତ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ବଢ଼ି ଚାଲିବା ଏବଂ ଲକଡାଉନ୍ ଓ ଶ୍ରମିକ ସମସ୍ୟା ଆଦି କାରଣରୁ ଜିଡିପି ୯.୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଇକ୍ରା ଏହାର ସଦ୍ୟତମ ଆକଳନରେ ଦର୍ଶାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ କରାଯାଇଥିବା ଏକ ରିପୋର୍ଟ ମଧ୍ୟ ଗତ ଗୁରୁବାର ପ୍ରକାଶ କରାଯାଇଛି। ସେଥିରେ ୨୦୨୦-୨୧ ଆର୍ଥିକ ବର୍ଷର ଜିଡିପି ୫.୮ ପ୍ରତିଶତ ସଙ୍କୁଚିତ ହେବ ଏବଂ ୨୦୨୧-୨୨ରେ ଏହା ୭.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର