ସ୍ନାପ୍‌ଡିଲ୍ ପ୍ରତିଷ୍ଠାତାଙ୍କୁ ମିଳିନଥିଲା ଏଚ୍‌-୧ବି ଭିସା, ୧୩ ବର୍ଷ ପୂର୍ବେ ଘଟିଥିଲା ଘଟଣା

ଏହା ପରେ ‌ସେ ସ୍ନାପ୍‌ଡିଲ୍‌ ପ୍ରତିଷ୍ଠା କରିଥିଲେ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସାମୟିକ ସମୟ ଲାଗି ଭିସା କଟକଣା ଜାରି କରିଥିବା ବେଳେ ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପ ଚିନ୍ତିତ ହୋଇପଡ଼ିଛି। ଆମେରିକାରେ କାମ କରିବାକୁ ସ୍ବପ୍ନ ଦେଖୁଥିବା ଅନେକ ଭାରତୀୟଙ୍କୁ ଶକ୍ତ ଧକ୍କା ଲାଗିଛି। କୁହାଯାଏ ସଙ୍କଟ ସମୟରେ ନୂଆ ପ୍ରକାରର ସୁଯୋଗ ସୃଷ୍ଟି ହୋଇଥାଏ। ଅତୀତରେ ତାହା ଅନେକ ଥର ପ୍ରମାଣିତ ହୋଇଛି। କରୋନା ମହାମାରୀ ସମୟରେ ଅନେକ ନକାରାତ୍ମକ ଖବର ଘୁରି ବୁଲୁଥିବା ବେଳେ ସ୍ନାପ୍‌ଡିଲ୍‌ର ପ୍ରତିଷ୍ଠାତା କୁନାଲ ବେହେଲଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ। ୧୩ ବର୍ଷ ପୂର୍ବେ ଆମେରିକାର ସିଆଟଲ୍‌ ସହରରେ ଥିବା ମାଇକ୍ରୋସଫ୍‌ଟର ମୁଖ୍ୟ କାର୍ଯ୍ୟାଳୟରେ କୁନାଲ କାର୍ଯ୍ୟ କରୁଥିଲେ।

ସେହି ସମୟରେ ସେ ଭିସା ପାଇଁ ଆବେଦନ କରିଥିଲେ। ମାତ୍ର ତାହା ଖାରଜ ହୋଇଯାଇଥିଲା। ସେହି ସମୟରେ ତାଙ୍କର ମନ ଦୁଃଖ ହୋଇଥିଲା। ଏଥି ସହିତ ଜଣେ ଉଦ୍ୟୋଗୀ ହେବା ଲାଗି ତାଙ୍କ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା। ୨୦୦୭-୦୮ରେ ସେ ନିଜ ବନ୍ଧୁ ରୋହିତ ବଂଶଲଙ୍କ ସହ ମିଶି ଏକ ଅଫ୍‌ଲାଇନ୍ କୁପନ କଂପାନି ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ। କିଛିଦିନ ଏକ ଛୋଟ କାର୍ଯ୍ୟାଳୟରେ କାମ କରିବା ପରେ ନିବେଶକ ବାଣି କୋଲାଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ଏହା ପରେ ସ୍ନାପ୍‌ଡିଲ୍‌ ପ୍ରତିଷ୍ଠା ହୋଇଥିଲା ଓ କୁନାଲଙ୍କ ଉଦ୍ୟୋଗୀ ହେବାର ଯାତ୍ରା ଆରମ୍ଭ ହେଲା।

ସମ୍ବନ୍ଧିତ ଖବର