ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ଆୟୋଜିତ ‘ମ୍ୟୁଚୁଆଲ୍ ଫଣ୍ଡ୍ ଠିକ୍ କଥା’ ପ୍ରଚାର ଷ୍ଟଲ୍ରେ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭଜନ, କୀର୍ତ୍ତନ ଏବଂ ସଙ୍ଗୀତ ମାଧ୍ୟମରେ ଏହି ଆୟୋଜନ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ଏହି ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ କଳାକାରଙ୍କ ଦ୍ୱାରା ମନମୁଗ୍ଧକର ଭଜନ ପରିବେଷଣ କରାଯାଇଥିଲା। ପ୍ରଥମ ଥର ପାଇଁ ଏକ ନିବେଶ ମଞ୍ଚରେ ଭକ୍ତିର ସ୍ବର ଲୋକଙ୍କୁ ରୋମାଞ୍ଚିତ କରିଥିଲା।
ଭକ୍ତଙ୍କୁ ଟାଣୁଛି ଭଜନ ସମାରୋହ
ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ କରୁଛି ସଚେତନ
ଭକ୍ତି ଓ ଆର୍ଥିକ ସଶକ୍ତୀକରଣର ଅପୂର୍ବ ମିଳନ
ଗାୟକ ଯଜ୍ଞ ଦତ୍ତଙ୍କ ସୁମଧୁର ସ୍ବରରେ ‘ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ ଚାହିଁ’ ଷ୍ଟଲ୍ ପାଖରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସୌମିତ୍ର ପଲେଇଙ୍କ ‘ଆହେ ମହାବାହୁ’ ଓ ‘ମୋ କଳାଚାନ୍ଦରେ’ ଭଜନ ଉପସ୍ଥିତି ଜନତାଙ୍କୁ ବାନ୍ଧି ରଖିଥିଲା। ସ୍ବପ୍ନା ଷଡ଼ଙ୍ଗୀ ଗାଇଥିଲେ ‘କାହିଁ କେତେ ଦୂରରୁ ଆସିଛି ଧାଇଁ’ ଓ ‘ଆହେ ଗୋ ନନ୍ଦ ନନ୍ଦନ’ ଭଜନ। ସେହିପରି ପ୍ରଶାନ୍ତଙ୍କ କଣ୍ଠରେ ଶୁଣିବାକୁ ମିଳିଥିଲା ‘ଧିକ ତୋ ଭକତ ଜୀବନ’। ସେମାନଙ୍କୁ ସହଯୋଗ କରିଥିଲେ କି ବୋର୍ଡରେ ଦେବାଶିଷ କର, ତବଲାରେ ନୃସିଂହ ବେହେରା, ପଦରେ ଅଶ୍ବିନୀ, ଢୋଲରେ ସୁବ୍ରତ ବେହେରା, ଓ ପ୍ରର୍କସନରେ ଶ୍ରୀଧର ନାୟକ। ଅତିଥି ସଂଯୋଜକ ଗଣେଶ ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଭଜନ ସନ୍ଧ୍ୟା ମାଧ୍ୟମରେ ରଥଯାତ୍ରାରେ ଆସିଥିବା ଭକ୍ତଙ୍କୁ ମ୍ୟୁଚୁଆଲ୍ ଫଣ୍ଡ୍ ବିଷୟରେ ସଚେତନ କରାଯାଇଥିଲା। ସଙ୍ଗୀତ, ଭକ୍ତି ଏବଂ ଆର୍ଥିକ ସାକ୍ଷରତା ମିଶି ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଅନୁଭୂତି ସୃଷ୍ଟି କରିଥିଲା।
ପବିତ୍ର ରଥଯାତ୍ରାରେ ବଡ଼ଦାଣ୍ଡରେ ଭକ୍ତିର ସୁର ଏବଂ ଆଧୁନିକ ନିବେଶ ବିଷୟରେ ଜ୍ଞାନର ଆଦାନପ୍ରଦାନ କରିବା ନେଇ ହୋଇଥିବା ଏହି ପ୍ରୟାସକୁ ଲୋକମାନେ ବେଶ୍ ପ୍ରଶଂସା କରିଛନ୍ତି। ଏଭଳି ଉତ୍ସବମୟ ପରିବେଶରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମ୍ୟୁଚୁଆଲ୍ ଫଣ୍ଡ୍ ଠିକ୍ କଥା ଟିମ୍କୁ ଲୋକମାନେ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଏହିଭଳି କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସହଜରେ ଆର୍ଥିକ ସଶକ୍ତ କରାଯାଇପାରିବ ବୋଲି ଆଶା କରାଯାଉଛି।