ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରି-ୟୁନିଭର୍ସିଟି ଏକ୍ଜାମିନେସନ୍ ବୋର୍ଡ ପକ୍ଷରୁ ଦ୍ବାଦଶ ଶ୍ରେଣୀ ବୋର୍ଡ (ପିୟୁସି ୨) ପରୀକ୍ଷା ଫଳ ୨୦୨୨ ଗତ ଶନିବାର ଘୋଷଣା କରାଯାଇଛି। ଏଥିରେ ରେଜୋନାନ୍ସ ଓ ରେଜୋନାନ୍ସ ଅନୁବନ୍ଧିତ ‘ବେସ୍’ ଛାତ୍ରଛାତ୍ରୀମାନେ ବାଜିମାତ୍ କରିଛନ୍ତି। ଶୀର୍ଷ ୧୦ଟି ସ୍ଥାନ ଉକ୍ତ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ପୋଛି ନେଇଛନ୍ତି । ସିମରନ୍ ଶେଷାରାଓ ୬୦୦ରୁ ୫୯୮ ନମ୍ବର (୯୯.୬୭ ପ୍ରତିଶତ) ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ସାଇଚିରାଗ ବି. ୫୯୭ ନମ୍ବର ରଖି ଦ୍ବିତୀୟ ଓ ମେଧା ପୁରାଣିକ ୫୯୬ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ରେଜୋନାନ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଆର୍କେ ବର୍ମା ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିକ୍ଷକ ଓ କର୍ମଚାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
‘ରେଜୋନାନ୍ସ-ବେସ୍’ର ବାଜିମାତ୍ ଛାତ୍ରଛାତ୍ରୀଙ୍କ ସଫଳତା
/sambad/media/post_attachments/wp-content/uploads/2022/06/4gj65g465gjd4g65jd4gd65jgj.jpg)