ଆମାଜନ୍ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲା ଫ୍ୟୁଚର୍‌ ଗ୍ରୁପ୍

ନୂଆଦିଲ୍ଲୀ: ଫ୍ୟୁଚର୍‌ ଗ୍ରୁପ୍‌ର ସଂସ୍ଥା ଫ୍ୟୁଚର୍‌ ରିଟେଲ୍ ପକ୍ଷରୁ ଆମାଜନ୍ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ନୂଆ ମାମଲା ରୁଜୁ କରାଯାଇଛି। ‌ନିଜ ସମ୍ପତ୍ତି ବିକ୍ରି କରିବା ଲାଗି ଏହା କୋର୍ଟଙ୍କ ଅନୁମତି ଲୋଡ଼ିଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍‌କୁ ନିଜର ଖୁଚୁରା ବ୍ୟବସାୟ ବିକ୍ରି କରିବା ଲାଗି ଫ୍ୟୁଚର୍‌ ଗ୍ରୁପ୍‌ ଚୁକ୍ତି କରିଛି। ସେହି ଚୁକ୍ତିକୁ ଆମାଜନ୍‌ ସିଙ୍ଗାପୁରର ଏକ ମଧ୍ୟସ୍ଥତା କୋର୍ଟରେ ଚ୍ୟାଲେଞ୍ଜ୍‌ କରି ନିଜ ସପକ୍ଷରେ ରାୟ ହାସଲ କରିବାରେ ସଫଳ ହୋଇଛି। ସେହି ରାୟ ବିରୋଧରେ ଫ୍ୟୁଚର୍‌ ଗ୍ରୁପ୍ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ତାହାକୁ କୋର୍ଟ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର