ଭୁବନେଶ୍ବର: ଚାରି ହଜାରରୁ ଅଧିକ କିରାଣୀଙ୍କୁ ମନମୁଖି ଭାବେ ଗଣ ବଦଳି, କର୍ମଚାରୀ ଓ ଅଫିସରମାନଙ୍କୁ ହଇରାଣ କରିବା, ୬୦୦ ଶାଖା ବନ୍ଦ କରିବା ପାଇଁ ହେଉଥିବା ଚେଷ୍ଟା, ଆଉଟ୍ସୋର୍ସିଂ ଜରିଆରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି, ବ୍ୟାଙ୍କର ଘରୋଇକରଣ ପାଇଁ ଉଦ୍ୟମ ଆଦିକୁ ବିରୋଧ କରି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀମାନେ ମେ’ ୩୦ ଓ ୩୧ରେ ଦୁଇ ଦିନିଆ ଧର୍ମଘଟ କରିବେ। ବ୍ୟାଙ୍କରେ ଥିବା ଏଆଇବିଇଏ, ଆଇଏନବିଇଏଫ୍, ବିଇଏଫ୍ଆଇ, ଏନ୍ସିବିଇ ଓ ଏନ୍ଓବିଡବ୍ଲୁ ଭଳି ସଂଗଠନ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧର୍ମଘଟ ନୋଟିସ୍ ଦିଆଯାଇଛି। ଓଡ଼ିଶାରେ ଏହି ଧର୍ମଘଟକୁ ସଫଳ କରିବା ଲାଗି ଓଡ଼ିଶା ରାଜ୍ୟ ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଓଁକାର ମହାନ୍ତି, ନିଖିଳ ଓଡ଼ିଶା ସେଣ୍ଟ୍ରାଲ୍ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସୁନିଲ ମହାରଣା ସମସ୍ତ କର୍ମଚାରୀ ଓ ଅଫିସରଙ୍କୁ ନିବେଦନ କରିଛନ୍ତି।
ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ ମେ’୩୦ରୁ
/sambad/media/post_attachments/wp-content/uploads/2018/06/Central-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)