ନୂଆଦିଲ୍ଲୀ : ଦେଶରେ ମେ’ ମାସରେ ବେକାରି ହାର ୭.୭%କୁ ହ୍ରାସ ପାଇଛି। ସେଣ୍ଟର ଫର ମନିଟରିଂ ଅଫ୍ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ରିପୋର୍ଟ‌ରୁ ଏହା ଜଣାଯାଇଛି। ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଦେଶରେ ବେକାରି ହାର ଏପ୍ରିଲରେ ୮.୫ % ଥିଲା।