ଭାରତର ସର୍ବବୃହତ୍‌ ବାଣିଜ୍ୟ ସହଯୋଗୀ ଚୀନକୁ ଟପି ଆମେରିକା ପ୍ରଥମ

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ଚୀନ୍ ରହି ଆସିଥିଲା। ଅର୍ଥାତ୍ ଏବଂ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଅଧିକ ରହିଥିଲା। କିନ୍ତୁ ଚଳିତବର୍ଷର ପ୍ରଥମ ୯ ମାସ ଅର୍ଥାତ୍ ଜୁନଆରିରୁ ସେପ୍ଟେମ୍ବର ମଧ୍ୟରେ ଆମେରିକା ଚୀନକୁ ଏକ୍ଷେତ୍ରରେ ଟପିଯାଇଛି। ଏହି ସମୟ ମଧ୍ୟରେ ଚୀନ୍ ତୁଳନାରେ ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ଅଧିକ ମାତ୍ରାରେ ବୃଦ୍ଧି ଘଟିଛି।
ବାଣିଜ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଜାନୁଆରି-ସେପ୍ଟେମ୍ବର ଅବଧିରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାରରେ ୫୦% ବୃଦ୍ଧି ଘଟି ୨୮ ବିଲିଅନ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଚୀନ ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ଏହି ସମୟ ମଧ୍ୟରେ ୪୬% ବୃଦ୍ଧି ଘଟି ୨୫.୩ ବିଲିଅନ ଡଲାରରେ ରହିଛି। ଗତବର୍ଷର ବାଣିଜ୍ୟ କମ୍ ରହିଥିବାବେଳେ ଚଳିତବର୍ଷ ଚାହିଦାରେ ହଠାତ୍ ବୃଦ୍ଧି ଯୋଗୁ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଭାରତର ମୋଟ ବାଣିଜ୍ୟରେ ୫୦% ବୃଦ୍ଧି ଘଟି ୨୩୧ ବିଲିଅନ ଡଲାରରେ ରହିଛି। ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବେଲଜିୟମ ଭଳି ଦେଶ ସହିତ ବାଣିଜ୍ୟ ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଛି। ଭାରତର ବାଣିଜ୍ୟ ଦକ୍ଷିଣ ଆଫ୍ରିକା ସହିତ ୯୧.୪% ବୃଦ୍ଧି ଘଟି ୫.୯ ବିଲିଅନ ଡଲାର ରହିଛି।

ସମ୍ବନ୍ଧିତ ଖବର