ୱାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ବିଶ୍ବର ସର୍ବବୃହତ୍ ଅର୍ଥନୀତି। କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ଋଣ ଭାର ଦ୍ରୁତଗତିରେ ବଢ଼ିଚାଲିଛି। ୨୦୨୦ ସୁଦ୍ଧା ଆମେରିକାର ମୋଟ ଋଣ ବୋଝ ୨୩.୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଅର୍ଥାତ୍ ପ୍ରତି ଆମେରିକୀୟଙ୍କ ମୁଣ୍ଡ ଉପରେ ୭୨,୩୦୯ ଡଲାରର ଋଣ ରହିଛି। କିନ୍ତୁ ଭାରତରୁ ଋଣ କରିବାରେ ଆମେରିକା ପଛରେ ନାହିଁ। ଭାରତଠାରୁ ଏହି ଦେଶ ୨୧୬ ବିଲିଅନ ଡଲାରର ଋଣ ନେଇଛି। ଆମେରିକାର ଜଣେ ସାଂସଦ ଏହି ସୂଚନା ଦେବା ସହିତ ବର୍ଦ୍ଧିତ ଋଣ‌କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସାଂସଦ ଆଲେକ୍ସ ମୁନିଙ୍କ ସୂଚନା ଅନୁଯାୟୀ, ଆମେରିକାର ଋଣ ବୋଝ ୨୯ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବାକୁ ଯାଉଛି। ତେବେ ଯେଉଁ ଦୁଇ ଦେଶ ଯଥା ଚୀନ୍ ଓ ଜାପାନ ଆମେରିକାର ବନ୍ଧୁ ନୁହନ୍ତି ସେମାନଙ୍କଠାରୁ ଅଧିକ ଋଣ କରାଯାଇଛି। ଚୀନ୍ ସହିତ ଆମେରିକା ବିଶ୍ବସ୍ତରରେ ପ୍ରତିଯୋଗିତା କରୁଛି। କିନ୍ତୁ ଏହି ଦେଶଠାରୁ ଆମେରିକାର ଋଣ ୧ ଲକ୍ଷ କୋଟି ଡଲାରରୁ ଅଧିକ ରହିଛି।