ନୂଆଦିଲ୍ଲୀ: ଆମେରିକା ପଦକ୍ଷେପର ପ୍ରତିକ୍ରିୟା ସ୍ବରୂପ ଆମେରିକାର ଯେଉଁ ୮ ଉତ୍ପାଦ ଉପରେ ସୀମା ଶୁଳ୍କ ଲଗାଯାଇଥିଲା ତାହାକୁ ଭାରତ ପ୍ରତ୍ୟାହାର କରିବ। ୨୦୧୮ରେ ଭାରତର ଇସ୍ପାତ ଓ ଆଲୁମିନିୟମ ଉତ୍ପାଦ ଉପରେ ଆମେରିକା ଶୁଳ୍କ ବଢ଼ାଇବା ପରେ ସେଥିପ୍ରତି ପ୍ରତିକ୍ରିୟା ସ୍ବରୂପ ୨୦୧୯ରେ ଭାରତ ଆମେରିକାର ୨୯ଟି ଉତ୍ପାଦ ଉପରେ ସୀମା ଶୁଳ୍କ ବଢ଼ାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏନେଇ ସେଠାକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ହୋଇଥିଲା। ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଚାଲିଥିବା ୬ଟି ମାମଲାକୁ ବନ୍ଦ କରିବା ଏବଂ ୮ ଆମେରିକୀୟ ଉତ୍ପାଦ ଉପରୁ ଶୁଳ୍କ ପ୍ରତ୍ୟାହାର କରିବା ଲାଗି ଉଭୟ ନେତା ରାଜି ହୋଇଥିଲେ।