ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଭାରତ ସମେତ ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି। ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକତା ଥିବା ବ୍ୟବସାୟ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ଡିଜିଟାଲ ପ୍ରଯୁକ୍ତିରେ ଚାଲିଥିବା ସୂଚନା ପ୍ରଯୁକ୍ତି କ୍ଷେତ୍ରର ବ୍ୟବସାୟ କମ୍ମାତ୍ରାରେ ପ୍ରଭାବିତ ହୋଇଛି। ତେବେ ମହାମାରୀ ଯୋଗୁଁ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଡିଜିଟାଲ ପ୍ରୟୋଗ ବଢ଼ୁଛି। ଏପରିକି ସୁପ୍ରିମ୍ କୋର୍ଟରେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ଓ ବିଚାର ହେଉଛି। ତେବେ ମହାମାରୀ ପରେ ବ୍ୟବସାୟରେ ଏକ ନୂଆ ସ୍ବାଭାବିକତା ଦେଖିବାକୁ ମିଳିବ। ହାଇବ୍ରିଡ୍ ମଡେଲରେ ବ୍ୟବସାୟ ହେବ। ସେହି ହାଇବ୍ରିଡ ମଡେଲରେ ଉଭୟ ବ୍ୟକ୍ତିଗତ ଉପସ୍ଥିତି ସହିତ ଡିଜିଟାଲ ପ୍ରଯୁକ୍ତିର ପ୍ରୟୋଗ ଦେଖିବାକୁ ମିଳିବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ଏବଂ ଡିଜିଟାଲ ଉପାୟରେ ବି ପାଢ଼ ପଢ଼ିବେ। ସେହିଭଳି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବେ ଏବଂ ଡିଜିଟାଲ ପ୍ରଯୁକ୍ତି ପ୍ରୟୋଗରେ ମଧ୍ୟ ଅନେକ କାର୍ଯ୍ୟ ସମ୍ପାଦନ ହେବ। ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ଶିକ୍ଷା, ବ୍ୟାଙ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏସବୁ ଦେଖିବାକୁ ମିଳିବ ବୋଲି ଇନଫୋସିସ ଅଧ୍ୟକ୍ଷ ନନ୍ଦନ ନିଲେକାନୀ ମତ ଦେଇଛନ୍ତି। ବର୍ତ୍ତମାନ ଦେଶରେ ଡିଜିଟାଲ ଉପାୟରେ ଯୋଗାଇ ଦିଆଯାଇ ପାରୁଥିବା ସେବା ପାଇଁ ସେ ମୋଦୀ ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପକୁ ଏକ ପ୍ରକାର ପ୍ରଶଂସା କରିଛନ୍ତି। ୨୦୧୫ ଜୁଲାଇରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ପାଇଁ ଆଜି ଅନେକ କାର୍ଯ୍ୟ ଡିଜିଟାଲ ଉପାୟରେ କରାଯାଇ ପାରୁଛି ବୋଲି ନିଲେକାନୀ କହିଛନ୍ତି। ଡିଜିଟାଲ ବ୍ୟବସ୍ଥା ଯୋଗୁଁ ଆଜି ଡିଜିଲକର, ଜିଏସଟି, ଫାସଟ୍ୟାଗ୍ ଆଦି ବ୍ୟବସ୍ଥା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।
କରୋନା ପାଇଁ ବ୍ୟବସାୟରେ ଡିଜିଟାଲ୍ର ପ୍ରୟୋଗ ବଢ଼ିଛି: ନିଲେକାନି
/sambad/media/post_attachments/wp-content/uploads/2020/07/f98h78sf9h7sfh98hsfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)