ଭୁବନେଶ୍ବର: ଇମ୍ଫାର ଏମ୍‌ଡି ତଥା ଶିଳ୍ପ ସଂଘର ଫିକିର ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ସିଇଓମାନଙ୍କ ଏକ ପ୍ରତିନିଧି ଦଳ ଆମେରିକା ଗସ୍ତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସେମାନେ ଆମେରିକା ଯାଇଛନ୍ତି। ଶ୍ରୀ ପଣ୍ଡା ଅର୍ଥମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆମେରିକାରେ ଏହି ପ୍ରତିନିଧି ଦଳ ଜର୍ଜ ୱାସିଂଟନ ବିଶ୍ବବିଦ୍ୟାଳୟ, ଓଆର୍‌ଏଫ୍ ଆମେରିକା, ଆଟ୍‌ଲାଣ୍ଟିକ୍ କାଉନ୍‌ସିଲ୍‌ର ଫାକଲ୍‌ଟି ଓ ଛାତ୍ରଛାତ୍ରୀ ଏବଂ ଆଇଏମ୍ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞଙ୍କୁ ଭେଟିଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ଆହୁରି ଦୃଢ଼ କରିବା ସଂକ୍ରାନ୍ତରେ ରାଷ୍ଟ୍ରଦୂତ ତରଣଜିତ ସାନ୍ଧୁଙ୍କ ସହ ସେମାନେ ଆଲୋଚନା କରିଥିଲେ।