କୋଲକାତା: ପ୍ରିମିୟମ୍ ସେବା ବନ୍ଦ କରିବା ନେଇ ଦୂରସଂଚାର କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ନେଇଥିବା ନିଷ୍ପତ୍ତି ବିରୋଧରେ ଭୋଡାଫୋନ୍ ଆଇଡିଆ ଟିଡିସାଟ୍ରେ ଆବେଦନ କରିଛି। ଯେଉଁଭଳି ତରବରିଆ ଭାବେ ଟ୍ରାଇ ଏହି ନିଷ୍ପତ୍ତି ନେଇଛି ତାହାକୁ ନେଇ ଭୋଡା ଆଇଡିଆ ଅସନ୍ତୁଷ୍ଟ ଅଛି। ନିଜ ପକ୍ଷର ରଖିବା ଲାଗି ମଧ୍ୟ ସୁଯୋଗ ଦିଆଯାଇନାହିଁ ବୋଲି କଂପାନି ଅଭିଯୋଗ କରିଛି। ଭୋଡାଫୋନ୍ ଆଇଡିଆର ରେଡ୍ଏକ୍ସ ଓ ଭାରତୀ ଏୟାରଟେଲ୍ର ପ୍ଲାଟିନମ୍ ପ୍ଲାନ୍ ଉପରେ ଟ୍ରାଇ ରୋକ ଲଗାଇଛି। ଏହି ପ୍ଲାନ୍ ଜରିଆରେ ଏହି ଦୁଇ କଂପାନି ଗ୍ରାହକଙ୍କୁ ଅଧିକ ଦ୍ରୁତ ବେଗରେ ୪ଜି ସେବା ଓ ଅନ୍ୟାନ୍ୟ ସୁବିଧା ଅଗ୍ରାଧିକାର ଭିତ୍ତିରେ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରିମିୟମ୍ ପ୍ଲାନ୍ଗୁଡ଼ିକୁ ଅନୁଶୀଳନ କରି ଏକ ନିର୍ଯ୍ୟାସରେ ନପହଞ୍ଚିବା ପର୍ଯ୍ୟନ୍ତ ଟେଲିକମ୍ କଂପାନି ଏଭଳି ପ୍ଲାନ୍ ଗ୍ରାହକଙ୍କୁ ଦେଇପାରିବେ ନାହିଁ।
ଟ୍ରାଇ ବିରୋଧରେ ଟ୍ରିବ୍ୟୁନାଲ୍ ଗଲା ଭୋଡା ଆଇଡିଆ
/sambad/media/post_attachments/wp-content/uploads/2019/10/Vodafone-Idea.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)