ଭୁବନେଶ୍ବର: ସ୍ବିଜରଲ୍ୟାଣ୍ଡ୍ର ଜେନେଭାରେ ଇଣ୍ଟରନ୍ୟାସନାଲ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ୧୩ତମ ୱାର୍ଲଡ୍ ଚାମ୍ବର କଂଗ୍ରେସ କାର୍ଯ୍ୟକ୍ରମରେ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଯୋଗ ଦେଇଥିଲେ। ଏକ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ପଣ୍ଡା କହିଛନ୍ତି ଯେ ପ୍ରାକୃତିକ ସମ୍ବଳ ଥିବା ଦେଶଗୁଡ଼ିକ ବିଶ୍ବ ମୂଲ୍ୟ ଶୃଙ୍ଖଳା ସହ ଯୋଡ଼ିହେଲେ ଲାଭ ପାଇବେ। ତେବେ ଏଥି ସହିତ ସେମାନଙ୍କୁ ମୂଲ୍ୟ ଯୋଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମୂଲ୍ୟଯୋଗର ବିଶେଷ ଲାଭ ରହିଛି ବୋଲି ସେ କହିଛନ୍ତି। ଭାରତର ଡିଜିଟାଲ୍ ଭିତ୍ତିଭୂମି ବ୍ୟାପକ ଭାବେ କାର୍ଯ୍ୟକାରୀ ହେଉଥିବାରୁ ତାହା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ବୋଲି ସେ କହିଛନ୍ତି।
ୱାର୍ଲଡ୍ ଚାମ୍ବର କଂଗ୍ରେସରେ ଶୁଭ୍ରକାନ୍ତ
/sambad/media/post_attachments/wp-content/uploads/2023/06/g132g132ggjgjjggjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)