ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କ ମଧ୍ୟରେ ୨୦୨୧ରେ ଘଟିଥିବା ବିବାହ ବିଚ୍ଛେଦ ହେଉଛି ବିଶ୍ବର ସବୁଠୁ ମହଙ୍ଗା ବିଚ୍ଛେଦ। ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିଲ୍ ଓ ମେଲିଣ୍ଡା ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି ବିଚ୍ଛେଦରୁ ମେଲିଣ୍ଡାଙ୍କୁ ୧୩,୦୦୦ କୋଟି ଡଲାର (୧୧,୧୦,୪୬୨ କୋଟି ଟଙ୍କା) ମିଳିଛି। ବିବାହ ବିଚ୍ଛେଦ ଲାଗି ଆମେରିକାରେ ୱାସିଂଟନରେ ଆବେଦନ କରାଯାଇଥିଲା।

Advertisment

ସେଠାକାର ନିୟମ ଅନୁସାରେ ପତିପତ୍ନୀ ହୋଇ ରହିବା ସମୟରେ ‌ଯେଉଁ ସବୁ ସମ୍ପତ୍ତି ସୃଷ୍ଟି ହୋଇଥାଏ, ତାହାକୁ ଉଭୟଙ୍କ ସମ୍ପତ୍ତି ବିଚାର କରାଯିବ। ବିଚ୍ଛେଦ ସମୟରେ ସବୁ ସମ୍ପତ୍ତିକୁ ସମାନ ଭାବେ ଦୁଇ ଭାଗ କରାଯିବ। ବିଚ୍ଛେଦ ପରେ ମେଲିଣ୍ଡାଙ୍କୁ ଏକ ବିଶାଳ ଘର, ଆମେରିକାର ବିଭିନ୍ନ ରାଜ୍ୟରେ ଥିବା ରିଅଲ ଇଷ୍ଟେଟ୍‌ ସମ୍ପତ୍ତି, ଏକ ବିଳାସପୂର୍ଣ୍ଣ ଛୁଟି କଟାଇବା ସ୍ଥାନ, ଫାର୍ମ ହାଉସ୍‌, କର୍ପୋରେଟ୍ ଓ ଆର୍ଥିକ ସମ୍ପତ୍ତି ଓ ମାଇକ୍ରୋସଫ୍ଟର ସେୟାର ମିଳିଛି।