୧୦ ଟଙ୍କିଆ କଏନ୍‌ ଗଦା କରି ସ୍କୁଟର କିଣିଲେ ଯୁବକ: ଗଣି ଗଣି ସୋ’ରୁମ୍ ଷ୍ଟାଫ୍‌ ନୟାନ୍ତ

ରୁଦ୍ରପୁର: ଉତ୍ତରାଖଣ୍ଡର ରୁଦ୍ରପୁର ନାମକ ଏକ ସହରରେ ଜଣେ ଯୁବକ ଏକ ସ୍କୁଟର କିଣିବା ଲାଗି କେବଳ ୧୦ ଟଙ୍କିଆ କଏନ୍‌ରେ ୫୦ ହଜାର ଟଙ୍କାର ପେମେଣ୍ଟ୍‌ କରିଛନ୍ତି। ସେ ଏକ ଟିଭିଏସ୍‌ ଜୁପିଟର ସ୍କୁଟର କିଣିଛନ୍ତି। ‌ସୋ’ରୁମ୍‌ରେ କଏନ୍ ଜମା କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେହି ଟଙ୍କା ଗଣିବା ଲାଗି ସୋ’ରୁମ୍ ଷ୍ଟାଫ୍‌ଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା। ଯୁବକ ଜଣକ କିଣିଥିବା ସ୍କୁଟର ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ରହିଛି। ୫୦ ହଜାର ଟଙ୍କାକୁ ସେ କେବଳ ୧୦ ଟଙ୍କିଆ କଏନ୍‌ରେ ଦେଇଥିବା ବେଳେ ବଳକା ଟଙ୍କା କେଉଁଭଳି ଦେଇଛନ୍ତି ତାହା ଜଣାପଡ଼ିନାହିଁ।

କଏନରେ ପେମେଣ୍ଟ୍ କରି ଗାଡ଼ି କିଣିବା କିଛି ନୂଆ କଥା ନୁହେଁ। ଚଳିତ ବର୍ଷ ମାର୍ଚ୍ଚରେ ତାମିଲନାଡୁର ଜଣେ ଯୁବକ ବଜାଜ ଡୋମିନାର୍ ୪୦୦ ବାଇକ୍ କିଣିବା ଲାଗି କେବଳ ଟଙ୍କିକିଆ କଏନ୍‌ରେ ୨ ଲକ୍ଷ ୬୦ ହଜାର ଟଙ୍କାର ପେମେଣ୍ଟ୍‌ କରି ଚର୍ଚ୍ଚା ସୃଷ୍ଟି କରିଥିଲେ। ତିନି ବର୍ଷ ଭିତରେ ଗ୍ରାହକ ଜଣକ ସେହି କଏନ୍‌ ଜମା କରିଥିଲେ। ସେହିପରି ଗତ ଫେବ୍ରୁଆରିରେ ମଧ୍ୟ ଆସାମର ଜଣେ ଯୁବକ ଗାଡ଼ି କିଣିବା ଲାଗି ୨୨ ହଜାର ଟଙ୍କାର ପେମେଣ୍ଟ୍‌ କଏନ୍‌ରେ କରିଥିଲେ।

ସମ୍ବନ୍ଧିତ ଖବର