ସେଲ୍‌ କର୍ମଚାରୀ ସଂଖ୍ୟା କମାଇବା ଯୋଜନା ନାହିଁ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ର କୌଣସି କର୍ମଚାରୀଙ୍କୁ ଚାକିରିରୁ ବହିସ୍କୃତ କରିବା କିମ୍ବା କର୍ମଚାରୀ ସଂଖ୍ୟା ହ୍ରାସ କରିବାର କୌଣସି ଯୋଜନା ନାହିଁ ବୋଲି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୋଲକାତାରେ ଥିବା କଂପାନିର କଞ୍ଚାମାଲ ଡିଭିଜନ୍‌କୁ ବନ୍ଦ କରିବାର ଯୋଜନା ରହିଥିବା ବେଳେ ତାହା ହେଲେ କର୍ମଚାରୀ ଜୀବିକା ହରାଇବେ ବୋଲି ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଆଶଙ୍କା ପ୍ରକଟ କରିଥିଲେ। ତାହା ଉପରେ ଆଜି ଶ୍ରୀ ପ୍ରଧାନ ଏହି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର