ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୮୮୦.୯୩ କୋଟି ଟଙ୍କାର ପଲିସି ପରିପକ୍ବ ରାଶିର କେହି ଦାବିଦାର ନାହାନ୍ତି। ୨୦୨୩-୨୪ରେ କମ୍ପାନିର ୩,୭୨,୨୮୨ ଗ୍ରାହକଙ୍କ ପଲିସି ପରିପକ୍ବ ‌ହୋଇଥିଲେ ସୁଦ୍ଧା, ସେହି ରାଶି ପାଇବାକୁ ଗ୍ରାହକମାନେ ଦାବି ଉପସ୍ଥାପନ କରିନାହାନ୍ତି ବୋଲି ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୩,୭୩,୩୨୯ ପରିପକ୍ବ ପଲିସିରେ ଥିବା ୮୧୫.୦୪ କୋଟି ଟଙ୍କା ପାଇବାକୁ କେହି ଦାବି କରିନଥିଲେ।

Advertisment

ସେହିପରି ଗତ ଆର୍ଥିକ ବର୍ଷରେ ୧୪ ଲକ୍ଷ ଟଙ୍କାର୧୦ଟି ମୃତ୍ୟୁକାଳୀନ ଦାବିର ଫଇସଲା ହୋଇପାରିନଥିଲା। ଦାବିଦାର ନଥିବା ପଲିସିଗୁଡ଼ିକରେ ପଞ୍ଜୀକୃତ ଥିବା ଠିକଣା ଓ ଯୋଗାଯୋଗ ନମ୍ବରରେ କମ୍ପାନି ପକ୍ଷରୁ ବୀମା ରାଶି ପାଇବା ଲାଗି ଦାବି କରିବାକୁ ବାରମ୍ବାର ସୂଚିତ କରାଯାଉଛି। ଦାବି ସମାଧାନ ପ୍ରକ୍ରିୟାର ସରଳୀକରଣ କରାଯାଇଛି। ସେଥିପାଇଁ କେବଳ ବୈଧ ଏନ୍‌ଇଏଫ୍‌ଟି ଦରକାର ହେଉଛି। କେବଳ ଏଲ୍‌ଆଇସି ନୁହେଁ ଦେଶରେ ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ମଧ୍ୟ କୋଟି କୋଟି ଟଙ୍କା ପଡ଼ିରହିଛି ଯାହାର କେହି ଦାବିଦାର ନାହାନ୍ତି। ବ୍ୟାଙ୍କରେ ଥିବା ‌େସଭଳି ଟଙ୍କାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଉଦ୍ୟମ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।