ନୂଆଦିଲ୍ଲୀ: ବିମାନବନ୍ଦରରେ ଥିବା ଚେକ୍-ଇନ୍ କାଉଣ୍ଟର୍ରେ ବୋର୍ଡିଂ ପାସ୍ ଜାରି କରିବା ଲାଗି କଂପାନିଗୁଡ଼ିକ ଯାତ୍ରୀଙ୍କଠାରୁ କୌଣସି ଅତିରିକ୍ତ ଫି’ ଅସୁଲ କରିପାରିବେ ନାହିଁ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ଚେକ୍-ଇନ୍ କାଉଣ୍ଟର୍ରୁ ବୋର୍ଡିଂ ପାସ୍ ନେଉଥିବା ଯାତ୍ରୀଙ୍କଠାରୁ ଇଣ୍ଡିଗୋ, ସ୍ପାଇସ୍ଜେଟ୍ ଓ ଗୋଫାଷ୍ଟ୍ ୨୦୦ ଟଙ୍କାର ଫି’ ଅସୁଲ କରୁଥିଲେ। ଏହା ଜାଣିବା ପରେ ମନ୍ତ୍ରାଳୟ ଫି’ ଉପରେ ରୋକ ଲଗାଇଛି। ବିମାନ ନିୟମ, ୧୯୭୩ ଅନୁଯାୟୀ ତାହାକୁ ‘ଟାରିଫ୍’ କୁହାଯାଇପାରିବ ନାହିଁ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। କରୋନା ମହାମାରୀ ବ୍ୟାପିବା ପରେ ୨୦୨୦ ମେ’ ୧ରେ ସରକାର ୱେବ୍ ଚେକ୍-ଇନ୍କୁ ବାଧ୍ୟତାମୂଳକ କରିଥିଲେ। ୨୦୨୨ ମେ’ ୯ରେ ମନ୍ତ୍ରାଳୟ କଂପାନିମାନଙ୍କୁ କହିଥିଲେ ଯେ ଯେଉଁ ଯାତ୍ରୀମାନେ ୱେବ୍ ଚେକ୍-ଇନ୍ କରିନାହାନ୍ତି ସେମାନଙ୍କଠାରୁ ଜରିମାନା ଶୁଳ୍କ ଅସୁଲ କର ନାହିଁ। ବିମାନ କଂପାନିଗୁଡ଼ିକ ଚେକ୍-ଇନ୍ କାଉଣ୍ଟର୍ରେ ବୋର୍ଡିଂ ପାସ୍ ଜାରି କରିବା ଲାଗି ଆଦାୟ କରୁଥିବା ଅତିରିକ୍ତ ଫି’ ମେ’ ୯ ନିର୍ଦେଶନାମାର ଉଲ୍ଲଂଘନ ବୋଲି ମନ୍ତ୍ରାଳୟ କହିଛି।
ଚେକ୍-ଇନ୍ କାଉଣ୍ଟରରେ ବୋର୍ଡିଂ ପାସ୍ ପାଇଁ ଫି’ ଲାଗିବନି
/sambad/media/post_attachments/wp-content/uploads/2021/12/Bombay-airport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)