ନୂଆଦିଲ୍ଲୀ: ଗହମ ପରେ ଆଗାମୀ ଦିନରେ ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇପାରେ। ସାର ମୂଲ୍ୟ ଉଚ୍ଚସ୍ତରରେ ରହିବା ଏସିଆର ପ୍ରମୁଖ ଧାନ ଉତ୍ପାଦନକାରୀ ଦେଶଗୁଡ଼ିକୁ ପ୍ରଭାବିତ କରିଛି। ଚୀନ୍, ଥାଇଲାଣ୍ଡ, ଫିଲିପାଇନ୍ସ ଭଳି ଦେଶରେ ଧାନ ଫସଲ ଅମଳ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ଏହାହେଲେ ବିଶ୍ବ ବଜାରରେ ଚାଉଳ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି। ଭାରତର ଫସଲ ଉତ୍ପାଦନ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ସୁଦ୍ଧା ମୌସୁମୀ ଠିକ୍ ଥିଲେ ମଧ୍ୟ ଆଗାମୀ ଦିନରେ କ’ଣ ହେବ ତାହା କହି ହେବନାହିଁ। ଧାନ ଉତ୍ପାଦନ ହ୍ରାସ ପାଇଲେ ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଚାଉଳ ରପ୍ତାନି ଉପରେ ଲାଗିପାରେ କଟକଣା
/sambad/media/post_attachments/wp-content/uploads/2022/04/rice1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)