ଆଗକୁ ଲମ୍ବା ମାନ୍ଦାବସ୍ଥା: ରୁବିନି

ନୂଆଦିଲ୍ଲୀ : କିଛି ବର୍ଷ ପୂର୍ବେ ୨୦୦୮‌ରେ ଦେଖାଦେଇଥିବା ମାନ୍ଦାବସ୍ଥାର ସଠିକ୍ ଆକଳନ କରିଥିବା ଅର୍ଥନୀତିଜ୍ଞ ନୋରିଏଲ୍‌ ରୁବିନି କହିଛନ୍ତି ଯେ ୨୦୨୨ ଶେଷ ଆଡ଼କୁ ସାରା ବିଶ୍ବରେ ବଡ଼ ଧରଣର ମାନ୍ଦାବସ୍ଥା ଆରମ୍ଭ ହେବ ଯାହା ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ଆଗକୁ ଏକ ଲମ୍ବା ଓ ବହୁତ ଖରାପ ମାନ୍ଦାବସ୍ଥା ଆସୁଛି ବୋଲି ସେ କହିଛନ୍ତି। ତେବେ ମାନ୍ଦାବସ୍ଥାର ମୁକାବିଲା ଲାଗି ବିଭିନ୍ନ ଦେଶ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିପାରିବେ ନାହିଁ। କାରଣ ସେମାନଙ୍କ ପାଖରେ ପାଣ୍ଠିର ଅଭାବ ରହିଛି। ୧୯୭୦ ଭଳି ମାନ୍ଦାବସ୍ଥା ଓ ଦରଦାମ୍ ବୃଦ୍ଧିର ଏକ ମିଶ୍ରିତ ସ୍ଥିତି ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର