ଫସି ରହିଥିବା ୫୦୦ ଖଣିର ନିଲାମ ହେବ

କୋଲକାତା: ବିଭିନ୍ନ କାରଣରୁ ଫସି ରହିଥିବା ପ୍ରାୟ ୫୦୦ ଖଣିକୁ ନିଲାମ ପାଇଁ ଉପଲବ୍ଧ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଖଣି ଓ ଖଣିଜ ବିକାଶ (ନିୟାମକ) ନିୟମରେ ଥିବା ଧାରା ୧୦ଏ୨(ବି)କୁ ଉଚ୍ଛେଦ କରି ଏହି ଖଣିଗୁଡ଼ିକ ଉପରେ ରହିଥିବା ଅଙ୍କୁଶକୁ ହଟାଇ ଦିଆଯିବ। ଏମ୍‌ଏମ୍‌ଡିଆର୍‌ ନିୟମର ଧାରା ୧୦ଏ୨(ସି) ଅନୁସାରେ ପ୍ରସ୍‌ପେକ୍ଟିଂ ଲାଇସେନ୍ସ (ପିଏଲ୍‌)କୁ ଖଣି ଲିଜ୍‌ରେ (ଏମ୍‌ଏଲ୍‌)ରେ ରୂପାନ୍ତରିତ କରିବା ଲାଗି ୨୦୧୫ରେ ୨ ବର୍ଷର ସମୟ ଦିଆଯାଇଥିଲା।

ମାତ୍ର, ଧାରା ୧୦ଏ୨ (ବି) ଅଧୀନରେ ଅନେକ ବର୍ଷ ଧରି ପ୍ରାୟ ୫୦୦ରୁ ଅଧିକ ଖଣିକୁ ଆବଣ୍ଟନ କରାଯାଇଥିଲେ ମଧ୍ୟ ସେଗୁଡ଼ିକର ପିଏଲ୍‌ ଏପର୍ଯ୍ୟନ୍ତ ଖଣି ଲିଜ୍‌ରେ ରୂପାନ୍ତରିତ ହୋଇପାରିନାହିଁ। ଏଥି ମଧ୍ୟରେ ୧୨୮ଟି ଲୁହାପଥର, ୧୦୨ଟି ଚୂନପଥର, ୫୮ଟି ମାଙ୍ଗାନିଜ ଓ ୧୧ଟି ବକ୍ସାଇଟ୍‌ ଖଣି ରହିଛି। ଯଦି ଏହି ସବୁ ଖଣି ଉତ୍ପାଦନକ୍ଷମ ହେବ ତେବେ ରାଜ୍ୟ ରାଜକୋଷକୁ ୪୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିପାରିବ।

ସମ୍ବନ୍ଧିତ ଖବର