ଟ୍ବିଟରରେ ଆହୁରି ଛଟେଇ ହେବ

ନୂଆଦିଲ୍ଲୀ: ଟ୍ବିଟରର ନୂଆ ମାଲିକ ଏଲନ୍‌ ମସ୍କ କଂପାନିରେ ଆଉ କିଛି କର୍ମଚାରୀଙ୍କୁ ଛଟେଇ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥର ସେଲ୍‌ସ ବିଭାଗରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯିବ। ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରେ ସେଥିରେ କାମ କରୁଥିବା ଅଧା କର୍ମଚାରୀଙ୍କୁ ମସ୍କ ବିଦା କରିସାରିଛନ୍ତି। ଟ୍ବିଟରରେ ପୂର୍ବରୁ ୭୫୦୦ କର୍ମଚାରୀ କାମ କରୁଥିଲେ। ସେଥିରେ ୩୭୦୦ ପାଖାପାଖି ହ୍ରାସ ହୋଇଛି। କର୍ମଚାରୀ ସଂଖ୍ୟା ଆହୁରି ହ୍ରାସ କରିବାକୁ ମସ୍କ ମନ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର