ନୂତନ ନିୟମ ଅନୁସାରେ ପାସପୋର୍ଟ ଲାଗି ଏହି ସବୁ ପ୍ରମାଣପତ୍ରର ଆବଶ୍ୟକତା ରହିଛି

ପାସପୋର୍ଟ ଆବେଦନ ପ୍ରକ୍ରିୟାକୁ ସରକାରର ପୂର୍ବାପେକ୍ଷା ସହଜ କରିଦେଇଛନ୍ତି। ଚଳିତବର୍ଷ ଏଥିନେଇ କେତେକ ନୂତନ ନିୟମ ବାହାର କରିଛନ୍ତି। ଫଳରେ ସିଙ୍ଗ୍‌ଲ ପ୍ୟାରେଣ୍ଟ, ପରିତ୍ୟକ୍ତା ମହିଳା, ସାଧୁ-ସନ୍ୟାସୀ ଆଦିଙ୍କ ପାଇଁ ଏହି ନୂତନ ନିୟମ ବିଶେଷ ଲାଭଦାୟକ ହେବ। ତେବେ,ସେହି ନୂଆ ନିୟମରେ କ’ଣ ରହିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

ଏବେ ଜନ୍ମ ପ୍ରମାଣ ପତ୍ର(ବାର୍ଥ ସାଟିଫିକେଟ) ଆଉ ବାଧ୍ୟତାମୂଳକ ହୋଇ ନାହିଁ। ପୂର୍ବରୁ ୧୯୮୯, ଜାନୁଆରି ୨୬ ତାରିଖ ପରେ ଜନ୍ମଲାଭ କରିଥିବା ନାଗରିକମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ଥିଲା।

ବର୍ତ୍ତମାନ ଆବେଦନକାରୀ ଟ୍ରାନ୍ସଫର, ସ୍କୁଲ୍‌ ଲିଭିଂ ସିର୍ଟିଫିକେଟ, ମାଟ୍ରିକ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି, ପ୍ୟାନ୍‌ କାର୍ଡ, ଆଧାର ଆଦି ଦେଇପାରିବେ।

ସରକାରୀ ଚାକିରିଆମାନଙ୍କୁ ସେମାନଙ୍କର ସର୍ଭିସ ରେକର୍ଡର ଏକ କପି ଦେବାକୁ ହେବ। ଅବସରପ୍ରାପ୍ତ ସରକାରୀ ଚାକିରିଆ ସେମାନଙ୍କର ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଅନୁପ୍ରମାଣିତ(ଆଟେଷ୍ଟେଡ୍‌) ହୋଇଥିବା ସେମାନଙ୍କର ପେନ୍‌ସନ୍‌ ଅର୍ଡର ପ୍ରଦାନ କରିବେ।

ପାସପୋର୍ଟ ପାଇଁ ଉଭୟ ବାପା ମାଆଙ୍କ ନାମ ବାଧ୍ୟତାମୂଳକ ନୁହେଁ। ସିଙ୍ଗଲ୍‌ ପାରେଣ୍ଟ କ୍ଷେତ୍ରରେ ପାସପୋର୍ଟ ଆବେଦନ ପାଇଁ ଆଉ ପୂର୍ବ ପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ବିବାହ କିମ୍ବା ଛାଡ଼ପତ୍ର ସାର୍ଟିଫିକେଟ ଆଉ ବାଧ୍ୟତାମୂଳକ ନୁହେଁ। ଛାଡ଼ପତ୍ର କ୍ଷେତ୍ରରେ ପୂର୍ବତନ ସାଥୀଙ୍କ ନାମ ଲେଖିବାର ଆବଶ୍ୟକତା ନାହିଁ।

ସାଧୁ-ସନ୍ୟାସୀମାନେ ବାପା-ମାଆଙ୍କ ସ୍ଥାନରେ ସେମାନଙ୍କ ଧର୍ମ ଗୁରୁଙ୍କ ନାମ ଲେଖି ପାରିବେ।

ଯେହେତୁ ଅନାଥ ପିଲାମାନଙ୍କର ଜନ୍ମ ତାରିଖର ଠିକ ଠିକଣା ନଥାଏ ତେଣୁ ସେମାନଙ୍କ ପାସପୋର୍ଟରେ ସେମାନଙ୍କ ଆଶ୍ରମ ମୁଖ୍ୟଙ୍କ ନାମ ରହିପାରିବ।

ସମ୍ବନ୍ଧିତ ଖବର