ବିପଦରୁ ଆପଣଙ୍କୁ ସହଜରେ ବାହାରକୁ ଆଣି ପାରିବ ଏହି ସବୁ ଆପ୍, ତୁରନ୍ତ କରନ୍ତୁ ଡାଉନ୍‌ଲୋଡ୍‌

ଆଜିକାଲି ସ୍ମାର୍ଟଫୋନ ବିନା ବଞ୍ଚିବା ଅସମ୍ଭବ ହୋଇ ପଡ଼ିଲାଣି । ପିଲାଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫାନ ବ୍ୟବହାର କରୁଥିବା ଦେଖାଯାଉଛି । ଯାହାର ଅନେକ ଫାଇଦା ମଧ୍ୟ ରହିଛି । ଆପଣ ଆପଣଙ୍କ ସ୍ମାର୍ଟଫୋନରେ ଅନେକ ପ୍ରକାରର ସ୍ମାର୍ଟ ଆପ୍‌ ରଖି ଆପଣ ବିଭିନ୍ନ ଅସୁବିଧାରୁ ମୁକୁଳି ପାରିବେ । ଆମେ ସେହି ସବୁ ସ୍ମାର୍ଟ ଆପ୍‌ ବିଷୟରେ ଆପଣଙ୍କୁ ଜଣାଇବୁ ।

୧. ଭାରତୀୟମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ‘ରକ୍ଷା’ ଆପ୍‌ ତିଆରି କରାଯାଇଛି । ଏହି ଆପ୍‌ ଡାଉନ୍‌ଲୋଡ୍‌ ପରେ ଆପଣଙ୍କୁ ଜରୁରୀକାଳିନ ନମ୍ବର ବାଛିବାକୁ ହୋଇଥାଏ । ଏସବୁ କରିବା ପରେ ଯଦି ଆପଣ କେବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପ୍‌ର ବଟନ ଦବାଇବା ପରେ ଫୋନକୁ ହଲାଇ ବା ଭଏସ୍‌ କମାଣ୍ଡ ଦେଇ ଆପଣ ଜରୁରୀକାଳିନ ନମ୍ବରକୁ ସୂଚନା ଦେଇ ପାରିବେ । ଏହି ଆପ୍‌ ଦ୍ୱାରା ଆପଣଙ୍କ ଆଖ ପାଖରେ କେଉଁ ପୁଲିସ ଷ୍ଟେସନ ରହିଛି ତାହାର ବିବରଣୀ ମଧ୍ୟ ମିଳି ଯାଇଥାଏ । ଯାହାଦ୍ୱାରା ଆପଣ ସହଜରେ ପୁଲିସ ସହ ଯୋଗାଯୋଗ କରି ପାରିବେ ।

Raksha
navbharattimes.indiatimes.com

୨. ଦିଲ୍ଲୀ ପୁଲିସ ପକ୍ଷରୁ ‘ହିମତ ପ୍ଲସ୍‌’ ଆପ୍‌ ବାହାର କରାଯାଇଛି । ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କୁ ଏହି ଆପ୍‌ ଡାଉନ୍‌ଲୋଡ୍‌ କରି ନିଜର ବିବରଣୀ ରେଜିଷ୍ଟର କରିବାକୁ ହେବ । ଏହା ପରେ ଯଦି ଆପଣ କୌଣସି ଅସୁବିଧାରେ ପଡ଼ି ଆଲର୍ଟ ମେସେଜ୍‌ ପଠାଉଛନ୍ତି, ତେବେ ଆପଣଙ୍କ ଲାଇଭ୍‌ ଲୋକେସନ ଦିଲ୍ଲୀ ପୁଲିସ ପାଖରେ ପହଞ୍ଚିଯିବ । ଯାହାଦ୍ୱାରା ଆପଣଙ୍କୁ ତୁରନ୍ତ ସାହାଯ୍ୟ ମିଳିବ ।

Himmat Plus
navbharattimes.indiatimes.com

୩. ‘ବିସେଫ୍‌’ ଆପ୍‌ରେ ଆପଣ ନିଜର ଏକ ସେଫ୍‌ଟି ନେଟ୍‌ଓ୍ଵାର୍କ ତିଆରି କରି ପାରିବେ । ଯେଉଁଥିରେ ପରିବାର, ବନ୍ଧୁ ବା ସହକର୍ମୀ ସାମିଲ ହୋଇ ପାରିବେ । ଏହି ଆପ୍‌ରେ ଭଏସ୍‌ ଆଲାରାମ ଆକ୍ଟିଭେସନ, ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ଏବଂ ସ୍ୱୟଂଚାଳିତ ଅଡିଓ-ଭିଡିଓ ଫିଚର ରହିଛି, ଯାହା ଆପଣଙ୍କ ସେଫ୍‌ଟି ନେଟ୍‌ଓ୍ଵାର୍କକୁ ତୁରନ୍ତ ସୂଚନା ଦେବ ।

bSafe
navbharattimes.indiatimes.com
ସମ୍ବନ୍ଧିତ ଖବର