ନୂଆଦିଲ୍ଲୀ: ଚଳିତବର୍ଷ ଗୁଗଲ, ସାମସଙ୍ଗ ଓ ଏଲଜି ସମେତ ଅନେକ କମ୍ପାନି ଦମଦାର ଫିଚର ଥିବା ସ୍ମାର୍ଟଫୋନ୍ ଲଞ୍ଚ କରିଛନ୍ତି। ଏଥିମଧ୍ୟରୁ କିଛି ସ୍ମାର୍ଟଫୋନ୍ର ମୂଲ୍ୟରେ ରିହାତି ମଧ୍ୟ ମିଳିଥିଲା। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ କେଉଁ ସ୍ମାର୍ଟଫୋନ୍ର ମୂଲ୍ୟ ହ୍ରାସ ପାଇଛି।
/sambad/media/post_attachments/wp-content/uploads/2017/12/1-10-300x220.jpg)
୧. ଗୁଗୁଲ ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ପିକ୍ସଏଲ ୨ର ମୂଲ୍ୟ ୧୧,୦୦୦ଟଙ୍କା ଓ ପିକ୍ସଏଲ ୨ଏକ୍ସଏଲ୍ର ମୂଲ୍ୟ ୫,୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଏହି ସ୍ମାର୍ଟଫୋନ୍ ମୂଲ୍ୟ ହ୍ରାସ ପାଇବା ପରେ ପିକ୍ସଏଲ୨ର ୬୪ଜିବି ମଡେଲ ସ୍ମାର୍ଟଫୋନ୍ ମୂଲ୍ୟ ୪୯,୦୦୦ ଓ ୧୨୮ ଜିବି ମେଡେଲ ସ୍ମାର୍ଟଫୋନ୍ ମୂଲ୍ୟ ୫୮,୯୯୯ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି। ତେବେ ଏହି ରିହାତି ପୁର୍ବରୁ ପିକ୍ସଏଲ ୨ଏକ୍ସଏଲ୍ର ୬୮ଜିବି ମଡେଲର ମୂଲ୍ୟ ୬୭,୯୯୯ଟଙ୍କା ଓ ୧୨୮ଜିବି ମଡେଲ ମୂଲ୍ୟ ୭୬,୯୯୯ଟଙ୍କା ଥିଲା।
/sambad/media/post_attachments/wp-content/uploads/2017/12/2-4-300x218.jpg)
୨. ସାମସଙ୍ଗ ଚଳିତ ବର୍ଷ ଗାଲାକ୍ସି ଏସ୍ ୮+ ଲଞ୍ଚ କରିଥିଲା। ଏହି ସ୍ମାର୍ଟଫୋନ୍ର ମୂଲ୍ୟ ୭୪,୯୦୦ଟଙ୍କା ଥିଲା। ତେବେ ଏହି ସ୍ମାର୍ଟଫୋନ୍ରେ ରିହାତି ମିଳିବା ପରେ ୯,୦୯୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଏହାପରେ ଗାଲାକ୍ସି ଏସ୍ ୮+କୁ ଗ୍ରାହକ ୬୫,୯୦୦ରେ ପାଇ ପାରୁଛନ୍ତି। ସେହିପରି ଗାଲାକ୍ସି ଏସ୍୮ ସ୍ମାର୍ଟଫୋନ୍ରେ ୪୦୦୦ଟଙ୍କା ରିହାତି ହେଲା ପରେ ୫୩,୦୦୦ଟଙ୍କାରେ ଏହି ଫୋନ୍ ମିଳୁଛି।
/sambad/media/post_attachments/wp-content/uploads/2017/12/3-4-300x218.jpg)
୩. ଚଳିତବର୍ଷ ଏପ୍ରିଲରେ ଲଞ୍ଚ ହୋଇଥିବା ଏଲ୍ଜି ଜି ସ୍ମାର୍ଟଫୋନ୍ ମୂଲ୍ୟ ୧୯,୦୦୦ଟଙ୍କା ହ୍ରାସ ପାଇ ୩୨,୯୯୦ଟଙ୍କା ହୋଇଥିଲା।
/sambad/media/post_attachments/wp-content/uploads/2017/12/4-1-300x225.jpg)
୪. ସେହିପରି ୨୨,୦୦୦ଟଙ୍କା ରିହାତି ପରେ ଏଚଟିସି ୟୁ ଅଲଟ୍ରା ସ୍ମାର୍ଟଫୋନ୍ର ବର୍ତ୍ତମାନ ମୂଲ୍ୟ ୨୯,୦୦୦ଟଙ୍କା ହୋଇଛି। ପୂର୍ବରୁ ଏହି ଏଚଟିସି ୟୁ ଅଲଟ୍ରା ଫୋନ୍ର ମୂଲ୍ୟ ୫୨,୯୯୦ଟଙ୍କା ଥିଲା।
/sambad/media/post_attachments/wp-content/uploads/2017/12/5-3-300x200.jpg)
୫. ଚଳିତ ବର୍ଷ ଲଞ୍ଚ ହୋଇଥିବା ସୋନିର ଦମଦାର୍ ସ୍ମାର୍ଟଫୋନ୍ ଏକ୍ସପେରିଆ ଏକ୍ସଜେଡ୍ଏସ୍ ମୂଲ୍ୟରେ ୧୩,୬୦୦ଟଙ୍କା ହ୍ରାସ କରା ଯାଇଥିଲା। ବର୍ତ୍ତମାନ ଗ୍ରାହକ ଏହି ସ୍ମାର୍ଟଫୋନ୍କୁ ୩୬,୯୯୯ଟଙ୍କାରେ ପାଇ ପାରୁଛନ୍ତି।
/sambad/media/post_attachments/wp-content/uploads/2017/12/6-1-300x218.jpg)
୬.୨୦୧୭ରେ ଏହି ସ୍ମାର୍ଟଫୋନ୍ରେ ବମ୍ପର ରିହାତି ମିଳିଛି। ୫୪,୯୯୯ ଟଙ୍କାରେ ମିଳୁଥିବା ଏଲ୍ଜି ଭି୨୦ ସ୍ମାର୍ଟଫୋନ୍ ମୂଲ୍ୟରେ ହ୍ରାସ ପାଇ ୨୯,୯୯୯ଟଙ୍କା ହୋଇଛି।
/sambad/media/post_attachments/wp-content/uploads/2017/12/7-2-300x215.jpg)
୭. ସାମସଙ୍ଗ ଗାଲାକ୍ସି ଏ-୭ର ମୂଲ୍ୟରେ ୭,୫୯୦ଟଙ୍କା ହ୍ରାସ କରାଯାଇଛି। ଏହି ମୂଲ୍ୟ ହ୍ରାସ ପାଇବା ପରେ ଗାଲାକ୍ସି ଏ-୭ର ମୂଲ୍ୟ ୨୫,୯୦୦ଟଙ୍କାରେ ଉପଲବ୍ଧ ହେଉଛି।
/sambad/media/post_attachments/wp-content/uploads/2017/12/8-6-300x221.jpg)
୮. ଏଚଟିସି ୟୁ ପ୍ଲେର ମୂଲ୍ୟ ୧୦,୦୦୦ଟଙ୍କା ହ୍ରାସ ପାଇ ୨୯,୦୦୦ଟଙ୍କାରେ ହୋଇଛି।
/sambad/media/post_attachments/wp-content/uploads/2017/12/9-2-300x215.jpg)
୯.୧୦,୦୦୦ଟଙ୍କା ହ୍ରାସ ପାଇବା ପରେ ସାମସଙ୍ଗ ଗାଲାକ୍ସି ଏ୫ ବର୍ତ୍ତମାନ ମୂଲ୍ୟ ୧୭,୯୦୦ଟଙ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/pic-3.jpg)