କାଲିଠାରୁ ଶସ୍ତା ହୋଇଯିବ ରେଳଯାତ୍ରା, ଏହି ସାମଗ୍ରୀ ମୂଲ୍ୟ ବି ହ୍ରାସ ପାଇବ

ନୂଆଦିଲ୍ଲୀ: ନୂତନ ବିତ୍ତୀୟ ବର୍ଷ ଏପ୍ରିଲ ୧ରୁ ଅର୍ଥାତ୍‌ ରବିବାରରୁ ଆରମ୍ଭ ହେବ। ଏହି ବଜେଟରେ ସରକାରଙ୍କ ତରଫରୁ କେତେଟି ସାମଗ୍ରୀ ଶସ୍ତା ହେବ ବୋଲି ଘୋଷଣା କରିଛନ୍ତି। ବିତ୍ତୀୟ ବର୍ଷ ୨୦୧୭-୨୦୧୮ ବଜେଟରେ ଅନ୍‌ଲାଇନ୍‌ ଟିକେଟ ଉପରେ ସର୍ଭିସ୍‌ ଟ୍ୟାକ୍ସକୁ ହ୍ରାସ କରାଯାଇଛି। ଏହାର ସିଧାସଳଖ ଫାଇଦା ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ମିଳିବ। ଅର୍ଥାତ୍‌ ଏଣିକି ଟ୍ରେନ୍‌ ଯାତ୍ରା କରିବା ଶସ୍ତା ହୋଇଯିବ। ଏହା ବ୍ୟତୀତ ଆଉ କେଉଁ ସାମଗ୍ରୀ ଶସ୍ତା ହୋଇଛି ଆସନ୍ତୁ ଜାଣିବା।

ସରକାର ବଜେଟରେ କାଜୁ ଉପରେ କଷ୍ଟମ ଡିୟୁଟି ହ୍ରାସକରି ୨.୫ ପ୍ରତିଶତ କରାଯାଇଥିଲା। ଏହା ୨୦୧୮ ଏପ୍ରିଲ ୧ରୁ ଲାଗୁ ହେବ। ଏଯାବତ୍‌ କାଜୁ ଉପରେ କଷ୍ଟମ ଡିୟୁଟି ୫ ପ୍ରତିଶତ ଥିଲା।

ସୋଲାର ଟେମ୍ପର୍ଡ ଗ୍ଲାସ ଉପରେ ବେସିକ୍‌ କଷ୍ଟମ ଡିୟୁଟିକୁ ୫ ପ୍ରତିଶତ ହ୍ରାସ କରାଯାଇଛି। ଏତଦ୍‌ବ୍ୟତୀତ ସୋଲାର ବ୍ୟାଟେରୀ ଦାମ୍‌ ବି କମି ଯାଇଛି।

ଲିକ୍ୟୁଫାଇଡ ପେଟ୍ରୋଲିୟମ ଗ୍ୟାସ ଅର୍ଥାତ୍‌ ଏଲଏନଜି ପାଇଁ ବି କମ୍‌ ମୂଲ୍ୟ ଦେବାକୁ ପଡ଼ିବ। ସରକାର ଏପ୍ରିଲ ୧ରୁ ପେଟ୍ରୋଲିୟମ ଗ୍ୟାସ ଓ ନିକେଲ ମୂଲ୍ୟରେ ୨.୫ ପ୍ରତିଶତ ଶସ୍ତା କରି ଦେଇଛନ୍ତି।

ଏତଦ୍‌ବ୍ୟତୀତ ବଲ ସ୍କ୍ରୃ ଓ ଲିନିୟର ମେସିନ୍‌ ଗାଇଡ ଭଳି ବୈଦ୍ୟୁତିକ ଉପକରଣ ମୂଲ୍ୟ ବି ହ୍ରାସ ପାଇଛି। ଏଥିସହିତ ପିଓଏସ୍‌ ମେସିନ୍‌, ଫିଙ୍ଗର ସ୍କାନର, ମାଇକ୍ରୋ ଏଟିଏମ୍‌, ଆରିଓ, ମୋବାଇଲ ଚାର୍ଜର, ଦେଶରେ ପ୍ରସ୍ତୁତ ହୀରା, ଟାଇଲ୍ସ, ଲେଦର ସାମଗ୍ରୀ, ଲୁଣ, ମାଚିଜ, ଏଲଇଡି, ଏଚଆଇଭିର ଔଷଧ ଆଦି ଶସ୍ତା ହୋଇଛି।

ସମ୍ବନ୍ଧିତ ଖବର