ହାଇଦ୍ରାବାଦ: ଆଇସିଏଫ୍ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ତ୍ରୟୋଦଶ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ମାମିଦାଳା ଜଗଦ୍ଦେଶ କୁମାର, ବିଶ୍ବବିଦ୍ୟାଳୟର କୁଳାଧିପତି ଡ. ସି ରଙ୍ଗରାଜନ ଓ କୁଳପତି ଏଲ୍ ଏସ୍ ଗଣେଶ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ସି ଆର୍ ରାଓ ଓ ଇସ୍ରୋର ଅଧ୍ୟକ୍ଷ ଶ୍ରୀଧର ପାନିକର ସୋମନାଥଙ୍କୁ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା।
ସମାବର୍ତ୍ତନ ଉତ୍ସବରେ ୨୪୮୮ ଛାତ୍ରଛାତ୍ରୀ ଡିଗ୍ରି, ୮ ଜଣ ପିଏଚ୍ଡି, ୧୧୪୨ ଜଣ ଏମ୍ବିଏ ଡିଗ୍ରି ଓ ୭୨୩ ଜଣ ବିବିଏ ଡିଗ୍ରି, ୩ ଏଲ୍ଏଲ୍ଏମ୍ ଡିଗ୍ରି, ୧୭୮ ବିବିଏ-ଏଲଏଲ୍ବି, ୫୨ ବିଏ-ଏଲ୍ଏଲ୍ବି, ୩୧୧ ବି.ଟେକ୍ ଓ ୧୧ ଜଣ ଏକ୍ଜିକ୍ୟୁଟିଭ୍ ଏମ୍ବିଏ ଡିଗ୍ରି ହାସଲ କରିଛନ୍ତି। ଉଲ୍ଲେଖନୀୟ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ଶ୍ରେଷ୍ଠ ଶିକ୍ଷକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।