ଲୋକସଭା ନିର୍ବାଚନ ୨୦୧୯: କେବଳ ସ୍ୟାହିରୁ ଏହି କମ୍ପାନି ରୋଜଗାର କରିବ ୩୩ କୋଟି ଟଙ୍କା

ନୂଆଦିଲ୍ଲୀ: ମହିସୁରରେ କର୍ଣ୍ଣାଟକ ସରକାରଙ୍କ ଏକ କମ୍ପାନି ଚଳିତ ବର୍ଷ ଏପ୍ରିଲ ୧୧ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ୩୩କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି। ମହିସୁର ପେଣ୍ଟସ ଆଣ୍ଡ ବିର୍ନିଷ ଲିମିଟେଡ ୧୯୬୨ ନିର୍ବାଚନ ଆୟୋଗରେ କମ୍ପାନି ବାଲଟ ଓ ଆମିଟ ସ୍ୟାହି ତିଆରି କରିଥାଏ । ଆଉ ଚଳିତ ବର୍ଷ ନିର୍ବାଚନ ପାଇଁ ମଧ୍ୟ ଏହି କମ୍ପାନିକୁ ୨୬ ଲକ୍ଷ୍ୟ ଟଙ୍କାର ଅର୍ଡର ମିଳିଛି। ଚଳିତ ବର୍ଷ ମିଳିଥିବା ଏହି ଅର୍ଡର ୨୦୧୪ ନିର୍ବାଚନ ତୁଳନାରେ ୪.୫ଲକ୍ଷ୍ୟ ଅଧିକ ରହିଛି ବୋଲି କମ୍ପାନି ପ୍ରବନ୍ଧ ନିର୍ଦ୍ଦେଶକ ଡ. ଚନ୍ଦ୍ରେଶଖର ଦୋଦାମଦାନୀ କହିଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ ଧରି ଏହି କମ୍ପାନି ବିଶ୍ୱର ୩୦ରୁ ଅଧିକ ଦେଶକୁ ଆମିଟ ସ୍ୟାହିର ରପ୍ତାନୀ କରିଥାଏ । ଆର୍ଥିକ ବର୍ଷ ୨୦୧୬-୧୭ରେ ୫.୫ ମିଲିୟନ, ୨୦୧୭-୧୮ରେ ୫୪ ମିଲିୟନ ଓ ୨୦୧୮-୧୯ରେ ଏହି ସ୍ୟାହି ବିକ୍ରି ବୃଦ୍ଧି ପାଇ ୧୫୬.୬ ମିଲିୟନ ରହିଛି ।

ସମ୍ବନ୍ଧିତ ଖବର